News
WhatsApp Image 2023-10-04 at 17.25.00
samparksetu

ବ୍ରଜପାତରେ ଗାଈ ସହ ଜଣେ ମୃତ ; ଜଣେ ଗୁରୁତର

ଆଜି ବ୍ରଜପାତରେ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାଯାଇଛି । ମୃତକ ଜଣକ ହେଲେ ମଠତେନ୍ତୁଳିଆ ଗ୍ରାମର ଅନ୍ତର୍ଯ୍ୟାମୀ ବେହେରା ଙ୍କର ପୁଅ ଅଭୟ ବେହେରା (୨୭) ଆଜି ନିଜର ଗାଈ ଖୋଜିବା ନିମନ୍ତେ ବିଲକୁ ଯାଇଥିଲେ , ସେହି ସମୟରେ ହଠାତ ବ୍ରଜପାତ ହୋଇଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଗଁଦିଆ ତହସିଲଦାର ଆଶିଷ ରଞ୍ଜନ ସାହୁ ଆଇ ଆଇ ସି ବିଷ୍ଣୁ ଚରଣ ବାରିକ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଏକ ଆମ୍ବଲାନ୍ସ ରେ ପ୍ରଥମେ ସି ଏଚ ସି ଆଣିଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ଏହା ପରେ ମୃତ ଦେହକୁ ପୋଷ୍ଟମଟମ ପାଇଁ ଢେଙ୍କାନାଳ ମେଡିକାଲ କୁ ପଠାଯାଇଥିଲା ।

ଅନ୍ୟପଟେ ବଜୁରିଆ ଗ୍ରାମର ବଲ୍ଲଭ ବେହରା (୫୦) ବ୍ରଜପାତରେ ଆହତ ହୋଇଛନ୍ତି । ସେ ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରପାତ ର ଶିକାର ହୋଇ ଚେତାଶୂନ୍ୟ ହୋଇ ପଡିଥିଲେ । ଆମ୍ବୁଲାନ୍ସ ନଆସିବାରୁ ତାଙ୍କୁ ପରିବାର ଲୋକେ ଅଟୋ ରେ ଜୋରନ୍ଦା ନେଇଥିଲେ ପରେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେହିପରି ରମେଶ କବିଙ୍କର ଗାଈ ଏହି ବଜ୍ରପାତ ମୃତ୍ୟୁ ବରଣ କରିଥିବାର ସୂଚନା ।

new life
You might also like
error: Content is protected !!