News
WhatsApp Image 2023-10-04 at 17.25.00
samparksetu

ବଜ୍ରପାତ ନେଲା ଜୀବନ !

ଗତକାଲି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବା ବେଳେ କାଇମାଟି ରେ ଜଣେ ଚାଷୀର ଜୀବନ ନେଇଛି ବଜ୍ରପାତ ।

ସୂଚନା ଅନୁଯାୟୀ ସଦର ଥାନା ଅନ୍ତର୍ଗତ କାଇମାଟି ଗ୍ରାମର ସମରେନ୍ଦ୍ର ବେହେରା (୫୦) ଗତକାଲି ଅପରାହ୍ନ ପ୍ରାୟ ୩ ଟା ସମୟରେ ନିଜ ଘରକୁ ଫେରୁଥିବା ସମୟରେ ବଜ୍ରପାତ ପ୍ରଭାବରେ ହଠାତ ପଡିଯାଇଥିଲେ ।

ସମରେନ୍ଦ୍ର ଫେରିବାର ବିଳମ୍ବ ହେବାର ଦେଖି ତାଙ୍କ ସ୍ତ୍ରୀ ତାଙ୍କୁ ଖୋଜାଖୋଜି କରିବାରୁ ବାଡ଼ି ପଛପଟେ ସମରେନ୍ଦ୍ର ପଡିଥିବାର ଦେଖିଥିଲେ ।

ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!