News
WhatsApp Image 2023-10-04 at 17.25.00
samparksetu

ଟ୍ରକ ଧକ୍କା ରେ ଶ୍ରମିକ ମୃତ!

ଟ୍ରକ ଧକ୍କା ରେ ଗତକାଲି ଜଣେ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କାମାକ୍ଷାନଗର ଥାନା ମୁକ୍ତାପଶି ହରିଜନ ସାହି ର ଗୌରାଙ୍ଗ ନାୟକ ।

ସୂଚନା ଅନୁସାରେ ଗୌରାଙ୍ଗ କାଲି ସକାଳୁ କୌଣସି କାମ ରେ ଘରୁ ବାହାରକୁ ଯାଇଥିବା ବେଳେ ବଡ଼ଝରା କେନାଲ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ପରେ ଗ୍ରାମବାସୀ ଟ୍ରକ ଟିକୁ ଅଟକ ରଖିଥିବା ବେଳେ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିଲା l

new life
You might also like
error: Content is protected !!