News
WhatsApp Image 2023-10-04 at 17.25.00
samparksetu

କାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ !

ଜିଲ୍ଲା କାରାଗାରରେ ଜଣେ ବିଚାରଧୀନ କଏଦୀର ମଙ୍ଗଳବାର ଦିନ ମୃତ୍ୟୁ ଘଟିଛି । ମୃତକ ଢେଙ୍କାନାଳ ସହର ଦକ୍ଷିଣକାଳୀ ଅଞ୍ଚଳର ବିଦେଶୀ ନାୟକ ବୋଲି ଜଣା ପଡ଼ିଛି । ସେ ଗତ ବର୍ଷ ଡିସେମ୍ବର ୧ ତାରିଖରେ ତାର ମାମୁଁ ଅଭୟ ନଏକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ ।

ହତ୍ୟା ମାମଲାରେ ସେ ବିଚାରଧୀନ କଏଦୀ ଭାବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାରାଗାରରେ ଥିଲେ । ତେବେ ବିଦେଶୀ କାରାଗାରରେ ଠିଆ ହୋଇଥିବାବେଳେ ହଠାତ ଖସି ପଡ଼ିଥିଲେ , ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବରପାଇ ଟାଉନ ଥାନା ପକ୍ଷରୁ ସ୍ବତନ୍ତ୍ର ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରି ତଦନ୍ତ କରୁଥିବା ଜଣାପଡିଛି ।

new life
You might also like
error: Content is protected !!