News
WhatsApp Image 2023-10-04 at 17.25.00
samparksetu

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନ ନଟାକଟା କଲୋନିସାହିର ଜଣେ ଯୁବକଙ୍କ ଗତକାଲି ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ନୃସିଂହ ଦାସଙ୍କ ମଝିଆ ପୁଅ ବୋଲି ଜଣା ପଡ଼ିଛି ।

ତାଙ୍କୁ ଚିକିତ୍ସା ପାଇଁ ଗତକାଲି ରାତିରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ସେ ୫୩ ନଂ ଜାତୀୟରାଜପଥ ରେ ନିର୍ମାଣ ହେଉଥିବା ଡ୍ରେନ ଉପରେ ସବୁଦିନ ଭଳି କାଲି ସନ୍ଧ୍ୟା ରେ ବସିଥିଲେ । ବହୁ ସମୟ ଧରି ଘରକୁ ନଫେରିବାରୁ , ପରିବାର ଲୋକ ଖୋଜାଖୋଜି କରିଥିଲେ , ତାଙ୍କୁ ଅସୁସ୍ଥ ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ତେବେ ଏ ଘଟଣାରେ ପୋଲିସ ନିଜର ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!