News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳର କିନ୍ନର ମାନଙ୍କ ଦ୍ୱାରା ସାବିତ୍ରୀ ବ୍ରତ ପାଳନ

ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଢେଙ୍କାନାଳର ହିମାଳୟ କିନ୍ନର ବସ୍ତି ରେ କିନ୍ନର ମାନଙ୍କ ଦ୍ୱାରା ସାବିତ୍ରୀ ବ୍ରତ ପାଳନ ହୋଇଥିଲା ।

ନାରୀମାନେ ଯେଭଳି ଭାବେ ନିଜ ସ୍ୱାମୀର ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି ସେହିପରି ଭାବେ କିନ୍ନର ମନେ ଆଜି ନିଜ ଗୁରୁଙ୍କୁ ପୂଜା କରିଥିଲେ । ସେମାନଙ୍କ ନୀତିନିୟମ ଅନୁସାରେ ଗୁରୁମାଙ୍କୁ ପୂଜା କରି ଜଗତର କଲ୍ୟାଣ ଉଦେଶ୍ୟରେ ପୂଜାର୍ଚ୍ଚନା କରିଥିଲେ ।

କୋରନା ପାଇଁ ସରକାରଙ୍କର କଟକଣା କୁ ମାନି ମନ୍ଦିରକୁ ନ ଯାଇ ,ଭିଡ଼ ନ ଜମାଇ ଘରେ ତଥା ତାଙ୍କ ବସ୍ତିରେ ସମସ୍ତ ପୂଜାବିଧି ସମାପନ କରିଥିଲେ । କିନ୍ନର ମାନଙ୍କର ଗୁରୁମା ତଥା ଛବି ମା ଆଜିର ଦିନରେ ସମସ୍ତ କିନ୍ନର ମାନଙ୍କର ମଙ୍ଗଳ କାମନା କରିଥିଲେ । ଆଜିର ପୂଜା ବିଧିରେ ମାନସୀ ମହାନ୍ତି, ଶୁବିଶ୍ରୀ, ମହେଶ୍ୱରୀ, ଶ୍ରାବଣୀ, ଜ୍ୟୋତି, ପ୍ରୟା, ସୋନି ପ୍ରଭୁତି କିନ୍ନର ମାନେ ପୂଜାକାର୍ଯ୍ୟ ସମାପନ କରିଥିଲେ ।

new life
You might also like
error: Content is protected !!