News
WhatsApp Image 2023-10-04 at 17.25.00
samparksetu

ଓଡ଼ିଶାର ଗର୍ବ ଭୁବନର ଲିନାଶ୍ରୀ

ଦଶକୋଟି ବର୍ଷ ପୂର୍ବେ ଭାରତର ମେଘାଳୟର ଖାସି ପର୍ଵତରେ ସୌରପୋକ ଜାତୀୟ ଡାଇନାସୋର ପ୍ରଜାତିଥିଲେ । ଯାହାର ଆବିଷ୍କାର କରିଛନ୍ତି ଭାରତର ତିନି ଜଣିଆ ମହିଳା ଭୂତତ୍ୱବିତ । ଏହି ତିନି ଜଣିଆ ଦଳରେ ଅନ୍ୟତମ ମୁଖ୍ୟ ହେଉଛନ୍ତି ଢେଙ୍କାନାଳ ଝିଅ ଲିନାଶ୍ରୀ ଦଳବେହେରା ।ସେ ୨୦୧୯ ରୁ ଏହି ବିଷୟରେ ଦୁଃସାହାସିକ ଭାବରେ ପାହାଡ଼ ପର୍ଵତ ଚଢ଼ି ଡାଇନାସୋରର ଜୀବାସ୍ମ , ହାଡ଼ କୁ ପରୀକ୍ଷା ନିରୀକ୍ଷ। କରିଛନ୍ତି ସେଥିରୁ ସେ ଜାଣିପାରିଛନ୍ତି ଯେ ମାଘ।ଳୟରେ ପ୍ରଚୁର ବର୍ଷା ହେଉଥୁବାରୁ ବହୁ ଡାଇନାସୋରର ଅଂଶଵିଶେଷ ନଷ୍ଟ ହୋଇଯାଇଛି ।

ଯେଉଁ କେତୋଟି ହାଡ଼ ମିଳିଛି ତାକୁ ନେଇ ଗବେଷଣା ଚାଲୁ ରହିଥିବା କହିଛନ୍ତି ସେ । ଲିନାଶ୍ରୀ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୫ ସେଣସାହି ବାସିନ୍ଦା ଈଶ୍ବର ଚନ୍ଦ୍ର ବେହେରା ଓ ନାରୀ କବି ତୁଳସୀ ରାଣୀ ବେହେରା ଙ୍କ ସାନ ଝିଅ ଅଟନ୍ତି ।

ସେ ବାଣିବିହାର ରେ ସ୍ନାତକତା ପରେ ଖଡ଼କପୁରରେ ଭୁ

ଭୂତତ୍ୱ ବିଜ୍ଞାନରେ ପାଠ ପଢ଼ିଥିଲେ । ତାଙ୍କର ଏହି ସଫଳତାରେ ଭୁବନ ତଥା ଢେଙ୍କାନାଳ ଜିଲ୍ଲାରେ ଆନନ୍ଦ ଖେଳି ଯାଇଛି । ସେ ଏବେ ସିଲଙ୍ଗରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ।

new life
You might also like
error: Content is protected !!