କଙ୍କଡାହାଡ ବ୍ଲକ କୁଟୁରିଆ ଗାଁ ଛକ ନିକଟରେ ବାଇକରୁ ପଡି ଜଣେ ମହିଳା ଗୁରୁତର ହୋଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ମହାବିରରୋଡ ଗ୍ରାମର ଝିଲ୍ଲୀ ବେହେରା ଓ ତାଙ୍କ ସମ୍ପର୍କୀୟକଙ୍କ ସହିତ ପର୍ଜଙ୍ଗ ରୁ ଗାଁ କୁ ଫେରୁଥିବା ସମୟରେ କୁଟୁରୀଆ ଛକ ନିକଟରେ ଭାରସାମ୍ଯ ହରାଇ ବାଇକରୁ ଖସିପଡିଥିଲେ।
ଯାହା ଫଳରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।