News
WhatsApp Image 2023-10-04 at 17.25.00
samparksetu

ମହଙ୍ଗା ପଡିଲା ପରକୀୟା ପ୍ରୀତି ; ପ୍ରମୀଯୁଗଳଙ୍କ ବିବାହ କରାଇଦେଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା କୁକୁଟା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଵାମୀଙ୍କ ଅନୁପସ୍ଥିତିରେ ଜଣେ ମହିଳାଙ୍କ ସହ ପରକୀୟା ସମ୍ପର୍କ ରଖିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି ।ଏହାକୁ ନେଇ ଅଞ୍ଚଳରେ ନାନା ଆଲୋଚନା ହେଉଛି।

ସୂଚନା ଅନୁଯାୟୀ , ଖଣ୍ଡତିରି ଗ୍ରାମର ଜନୈକା ମହିଳା କୁକୁଟା ଗ୍ରାମରେ ୬ ବର୍ଷ ତଳେ ବିବାହ କରିଥିଲେ। ମହିଳାଙ୍କ ସ୍ବାମୀ ବମ୍ବେରେ ଏକ କମ୍ପାନୀରେ କାମ କରନ୍ତି । ଏହି ସୁଯୋଗରେ ମହିଳା ଜଣକ ଗ୍ରାମର ଜଣେ ଯୁବକଙ୍କ ଶହ ଗତ ଦୁଇ ବର୍ଷ ଧରି ଅନୈତିକ ସମ୍ପର୍କ ରଖିଥିଲେ।ମହିଳାଙ୍କ ଘର ରାସୋଳ ଥାନା ଅଞ୍ଚଳରେ ।

ତେବେ ଗୁରୁବାର ରାତିରେ ପ୍ରେମିକ ଯୁବକ ଜଣଙ୍କ ପ୍ରେମିକାଙ୍କ ଝରକା ତାଡ଼ି ଘରେ ପଶିଥିଲେ। କିଛି ସମୟ ପରେ ଘର ଲୋକମାନେ ଅସଂଯତ ଅବସ୍ଥାରେ ଦୁହିଁଙ୍କୁ ଧରିଥିଲେ। ଶୁକ୍ରବାର ଦିନ ଗ୍ରାମରେ ବୈଠକ ବସିଥିଲା । ଗ୍ରାମ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କୁ ଗ୍ରାମସ୍ଥିତ ବାସୁଦେବଙ୍କ ମନ୍ଦିରରେ ବିବାହ ସମ୍ପନ୍ନ କରାଇଥିଲେ । ପରେ ମହିଳାଙ୍କୁ ନେଇ ଯୁବକ ପଳାଇଥିଲେ ।

new life
You might also like
error: Content is protected !!