News
WhatsApp Image 2023-10-04 at 17.25.00
samparksetu

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

କଣ୍ଟାବଣିଆ ଥାନା ଓଲିଙ୍ଗା ମୁଣ୍ଡା ହାଟିଙ୍ଗ ରେ ଦେବଗଡ ଅଞ୍ଚଳର ଅଜୟ କିଷାନ ରହୁଥିଲେ।ତାଙ୍କ ସହିତ ପାଲଲହଡା ଘଡାପଡା ଅଞ୍ଚଳରେ ଲଷ୍ମୀ ପୂର୍ତ୍ତି(୨୮)ଙ୍କୁ ବିବାହ କରିଥିଲେ।

ଅଜୟ ଜଣେ ଟ୍ରକ ଡ୍ରାଇଭର ହୋଇଥିବା ବେଳେ ଗତକାଲି ଦିନ ୩ଟାରେ ଘରକୁ ଫେରିଥିଲେ। ସେ ଲଷ୍ମୀଙ୍କୁ ନିଜ ପିନ୍ଧା ଲୁଗାରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ପାଇଥିଲେ । ସେମାନେ ତିନି ମାସ ହେବ ଏଠାରେ ରହୁଥିବା ବେଳେ ସେ ଘରେ ନଥିବା ବେଳେ ତାର ସାଙ୍ଗ ଲଷ୍ମୀ ସହିତ ଅନୈତିକ ସମ୍ପର୍କ ରଖି ହତ୍ୟା କରି ଝୁଲାଇ ଦେଇ ଥିବାର ଲକ୍ଷ୍ମୀ ଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ।

ଖବର ପାଇ ପୋଲିସ ଓ ଓଡ଼ପଡା ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ।ଏ ସଂକ୍ରାନ୍ତରେ ୩/୨୧ରେ ଏକ ମାମଲା ରୁଜୁ କରାଯାଇଛି।ଶବ ବ୍ୟବଚ୍ଛେଦ ପରେ ଘଟଣା ର ସତ୍ୟାସତ୍ୟ ଜଣା ପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

new life
You might also like
error: Content is protected !!