News
WhatsApp Image 2023-10-04 at 17.25.00
samparksetu

ଚୋରି ଅଭିଯୋଗ ଆସାମୀ କୋର୍ଟ ଚାଲାଣ

ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମାଳପୁରା ଗ୍ରାମର ସତ୍ୟଜିତ ନାୟକ ଓରଫ ଡିବିରି (୧୮) ନାମକ ଜଣେ ଯୁବକ ତିନୋଟି ଚୋରି ଅଭିଯୋଗରେ ଶନିବାର କାମାକ୍ଷାନଗର ପୋଲିସ ଦ୍ବାରା ଗିରଫ ହୋଇ କୋର୍ଟ ଚାଲାଣ କରାରାଇଛି।

ପ୍ରକାଶ ନିକଟରେ କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ଅନୁସୂଚିତ ଜନଜାତି ଛାତ୍ରୀ ନିବାସରୁ ଇନଭଟେର ବ୍ୟାଟେରି,ଦୁଇଟି ପ୍ରେସର କୁକର ଓ ଅନ୍ୟାନ୍ୟ ଆସବାବ ପତ୍ର ଚୋରି ହୋଇଥିବା ବେଳେ ଶୁକ୍ରବାର ରାତିରେ ଜିରିଡାମାଳି ଠାରେ ଥିବା ସୁବାସ ଚନ୍ଦ୍ର ସାହୁଙ୍କ ପାନଦୋକାନରୁ ୩୭୦୦ ନଗଦ ଟଙ୍କା ଓ କାଳନ୍ଦୀ ମଲିକଙ୍କ ଗ୍ୟାରେଜରୁ ଓଡି ୦୨ ଏଜି୨୮୩୧ ନମ୍ବର ଥିବା ଏକ ଆକ୍ଟିଭା ସ୍କୁଟର ଚୋରି ହୋଇଥିବା ନେଇ କାମାକ୍ଷାନଗର ଥାନାରେ ଆଭିଯୋଗ ହୋଇଥିଲା।ଅଭିଯୋଗକୁ ଭିତ୍ତିକରି କାମାକ୍ଷାନଗର ଥାନା କେସ ନଂ ୨୧୦/୨୧୧/୨୧୨ ଦଫା ୪୫୭,୩୮୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।

କାମାକ୍ଷାନଗର ଥାନା ଅଧିକାରି ସୁନିଲ କୁମାର କରଙ୍କ ନେତୃତ୍ବରେ ଏକଟିମ ବିଭିନ୍ନ ଯାଗାରେ ଚଢାଉ କରି ଆସାମୀକୁ ଗିରଫ କରି ତାଠାରୁ ନଗଦ ୨୦୫୪ ଟଙ୍କା ଓ ସ୍କୁଟର ଜବତ କରିବାକୁ ସକ୍ଷମ ହେବାସହ ଆସାମୀ ଚୋରି ସମ୍ପର୍କରେ ପ୍ରକାଶ କରିଥିଲା ଫଳରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।

new life
You might also like
error: Content is protected !!