News
WhatsApp Image 2023-10-04 at 17.25.00
samparksetu

ଗର୍ଭବତୀ ଦ୍ଵିତୀୟ ପତ୍ନୀ ଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ସ୍ୱାମୀ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିନ ପଙ୍ଗାତିରା ଗ୍ରାମର ପ୍ରେମିକ ସତ୍ୟାନନ୍ଦ ନାଏକ(୩୬) ପୁର୍ବରୁ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଏହି ତଥ୍ୟ ଗୁପ୍ତ ରଖି, ସତ୍ୟାନନ୍ଦ ଦ୍ୱିତୀୟ ଥର ଅନଗୁଳ ଜିଲ୍ଲା ବନରପାଳ ଥାନା ଅନ୍ତର୍ଗତ ନାରାୟଣଚନ୍ଦ୍ରପୁର ଗାଁ ର ତ୍ରିନାଥ ନାଏକ ଙ୍କ ଝିଅ ଲିପି ନାଏକ (୨୨) ଙ୍କୁ ପ୍ରେମ କରି ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖି ତାଙ୍କୁ ଆନ୍ଧ୍ରପ୍ରଦେଶ ର କାକିନାଡା ରେ ରଖି ସେଠି ରହୁଥିଲା।

ସତ୍ୟାନନ୍ଦ ଙ୍କର ପିତା ଙ୍କ ଦେହାନ୍ତ ହେବାରୁ ସେ ଶୁଦ୍ଧିକ୍ରିୟା ପାଇଁ କାକିନାଡା ରୁ ଲିପି ନାଏକ ଙ୍କୁ ଧରି ଟ୍ରେନ ଯୋଗେ ଆସି ଗତ ତା ୦୩.୦୬.୨୦୨୧ ରିଖ ଦିନ ତାଳଚେର ରୋଡ ରେଳଷ୍ଟେସନ ରେ ଓଲ୍ହାଇ ଅଟୋ ଯୋଗେ ନିଜ ଗ୍ରାମ ପଙ୍ଗତିରା କୁ ଆସୁଥିଲେ ।

ହେଲେ ତାଙ୍କ ପ୍ରେମ ଓ ଦିତୀୟ ବିବାହ କଥା, ପ୍ରଥମ ସ୍ତ୍ରୀ ଜାଣିଯିବାର ଭୟ ଥିବାରୁ,ସତ୍ୟାନନ୍ଦ ଗତରେଇ ଗାଁ ଜଙ୍ଗଲ ନିକଟରେ ହଠାତ ଲିପିଙ୍କୁ ଏକ ବଡ ପଥର ଖଣ୍ଡ ଯୋଗେ ମୁଣ୍ଡକୁ ଛେଚି,ତଣ୍ଟିକୁ ଚିପି ଓ ତାଙ୍କ ଗର୍ଭବତୀ ପେଟ କୁ ବାରମ୍ବାର ଗୋଇଠା ମାରି ଲିପିଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ।

ଲିପି ମରିଗଲା ଭାବି ସତ୍ୟାନନ୍ଦ ତାକୁ ଘଟଣା ସ୍ଥଳରେ ଛାଡି ଗ୍ରାମକୁ ଲୁଚି ପଳାଇଗଲା । ପରେ ଲିପିର ଚେତା ଆସିବା ପରେ ତାର ଏଭଳି ଅବସ୍ଥା ଦେଖି କିଛି ଲୋକ ଗ୍ରାମରେ କହିବାପରେ ପୋଲିସ କୁ ଖବର ଦେଇଥିଲେ ।

ଏହି ଖବର ପାଇ ପରଜଙ୍ଗ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଲିପିଙ୍କୁ ଅତି ଗୁରୁତର ଅବସ୍ଥାରେ ଉଦ୍ଧ।ର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଅନଗୁଳ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ ଯେଉଁଠି ତାଙ୍କ ଚିକିତ୍ସ। ଅଦ୍ୟାବଧି ଜାରି ରହିଛି।

ତାଙ୍କର ଗର୍ଭ ରେ ଥିବା ୯ ମାସର ଶିଶୁର ମୃତ୍ୟୁ ହୋଇଯାଇଛି ଓ ଲିପି ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଚିକିତ୍ସ। କରୁଥିବା ଡାକ୍ତର କହିଛନ୍ତି । ତାଙ୍କ ଅବସ୍ଥା ଅତି ଶୋଚନୀୟ ଥିବାରୁ ତାଙ୍କ ମୃତକାଳୀନ ଜମାନବନ୍ଦୀ ଅନଗୁଳ ମୁଖ୍ୟ ଡାକ୍ତରଖାନାରେ ପରଜଙ୍ଗ ପୋଲିସ ଲିପିବଦ୍ଧ କରିଛି ।ଶନିବାର ଭୋରୁ ଅଭିଯୁକ୍ତ ସତ୍ୟ।ନନ୍ଦ ନାଏକ ଙ୍କୁ ମହାବୀରୋଡ ଫ।ଣ୍ଡି ପୁଲିସ ଗିରଫ କରି ୨୨୧/୨୧ ଦଫା 294/323/324/307/313/417/493 ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ମାନ୍ୟବର କୋର୍ଟ ରେ ତାଙ୍କର ବେଲ ଖାରଜ ହୋଇଯିବାରୁ ତାକୁ କାମାକ୍ଷାନଗର ଜେଲ ହାଜତ କୁ ପଠାଇ ଦିଆଯାଇଛି।

new life
You might also like
error: Content is protected !!