News
WhatsApp Image 2023-10-04 at 17.25.00
samparksetu

ହେଲପିଂ ହାଣ୍ଡସ୍ ସୋସିଓ ସ୍ପେସିଫିକ ଆରମ୍ଭ କଲା ନିଶୁଳ୍କ ଅମ୍ଳଜାନ ସେବା

ମହାମାରୀ କରୋନାର ଦ୍ଵିତୀୟ ଲହର ଆଜିକାଲି ଘାତକ ସାଜିବାରେ ଲାଗିଛି। ଫୁସଫୁସକୁ ଭୂତାଣୁ ସଂକ୍ରମିତ କରି ଅକାମି କରିଦେଉଥିବାରୁ ସଂକ୍ରମିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯିବା ସହ ଅମ୍ଳଜାନ ସ୍ତର କମି ଯାଉଛି। ଯାହା ଫଳରେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଥିବାର ଦେଖାଯାଉଛି। ଏହି ଅମ୍ଳଜାନ ସଠିକ୍ ସମୟରେ ଗୁରୁତ୍ୱର ରୋଗୀଙ୍କ ନିକଟରେ ପହଞ୍ଚି ନପାରିବାରୁ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି।

ଏହାକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଯୁବ ସ୍ଵେଚ୍ଛାସେବୀ ଅନୁଷ୍ଠାନ ” ହେଲପିଂ ହାଣ୍ଡସ୍ ସୋସିଓ ସ୍ପେସିଫିକ୍ ” ପକ୍ଷରୁ ନିଶୁଳ୍କ ଅକ୍ସିଜେନ ସେବାର ଶୁଭ ଉଦଘାଟନୀ ସମାରୋହ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଡକ୍ଟର ତଥା ଯୁବ ଶିଳ୍ପପତି ଅବିନାଶ ସାମଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଶିବସାଇ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଲୋକକଳା ସଂଘର ଉପସଭାପତି ଅବନୀ କୁମାର ମିଶ୍ର, ସମାଜସେବୀ ଦେବୀପ୍ରସାଦ ମିଶ୍ର, ଅନୁଷ୍ଠାନର ସଭାପତି ଚିନ୍ମୟୀ ଜେନା ପ୍ରମୁଖ ଉପସ୍ଥିତ ରହି ଏହି ନିଃଶୁଳ୍କ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ପାଣି ପରିଚାଳନା କରିଥିଲେ ଏବଂ ପରିଶେଷରେ ଅନୁଷ୍ଠାନର ସଦସ୍ୟ ୟସ୍ ଶର୍ମା ଉପସ୍ଥିତ ଅତିଥି ବୃନ୍ଦଙ୍କୁ ଧନ୍ୟବାଦ୍ ଦେବା ସହ ଅନୁଷ୍ଠାନର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମର ଦାୟିତ୍ଵ ସୁଚାରୁ ରୂପେ ତୁଲାଇଚନ୍ତି।

ଆଗକୁ ଢ଼େଙ୍କାନାଳ ଜିଲ୍ଲାରେ ଦୃତଗତିରେ ବଢୁଥିବା କରୋନା ସଂକ୍ରମିତ ରୋଗୀ ମାନଙ୍କ ନିରନ୍ତର ସେବା ନିମନ୍ତେ ଅନୁଷ୍ଠାନ ପକ୍ଷରୁ ୨୪ ଘଣ୍ଟିଆ ଟେଲିଫୋନ ନମ୍ବର ଯଥା – ୮୯୮୪୭୩୨୯୦୭, ୮୯୮୪୭୩୨୯୦୮ ଜାରି କରାଯାଇଛି।

ଉପରୋକ୍ତ ଟେଲିଫୋନ ନମ୍ବରରେ ଯୋଗାଯୋଗ କଲେ ନିରନ୍ତର ଭାବେ ନିଃଶୁଳ୍କ ଅମ୍ଳଜାନ ସେବା ଢେଙ୍କାନାଳ ଜିଲ୍ଲା ତଥା ଜିଲ୍ଲା ବାହରେ ଆବଶ୍ୟକ ପଡୁଥିବା ରୋଗୀ ମାନଙ୍କୁ ଏହି ସେବା ଯୋଗାଇ ଦେବ ବୋଲି ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି। ଏହି ସେବା ପାଇଁଁ ଅନୁଷ୍ଠାନ କୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ସହ ଅନୁଷ୍ଠାନର ୧୦ ଜଣ ସଦସ୍ୟ ସଦସ୍ୟାଙ୍କୁ ସ୍ଵତନ୍ତ୍ର ଭାବେ ଅକ୍ସିଜେନ୍ ସିଲିଣ୍ଡର ଅପରେସନର ଆବଶ୍ୟକ ପ୍ରଶିକ୍ଷଣ ଦେଇ ଉକ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ପ୍ରଶିକ୍ଷିତ କରିଛନ୍ତି।

new life
You might also like
error: Content is protected !!