News
WhatsApp Image 2023-10-04 at 17.25.00
samparksetu

ଓଡ଼ିଶାର ଗଣପର୍ବ ରଜ

ଓଡ଼ିଶାର ଗଣପର୍ବ ପବିତ୍ର ରଜ ପର୍ବ ଅବସରରେ, ଓଡ଼ିଶାର ସମସ୍ତ ଭାଇ ଭଉଣୀ, ମା ମାଉସୀ ମାନଙ୍କୁ ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଓଡିଶା ବାସୀ ଙ୍କ ସୁଖ ସମୃଦ୍ଧି କାମନା କରୁଅଛି, ଆମ ଓଡ଼ିଶାରେ ବାର ମାସ ରେ ତେର ପର୍ବ ପାଳନ କରାଯାଏ, ସେଥି ମଧ୍ୟରୁ ରଜ ପର୍ବ ଅନ୍ୟତମ, ଏହି ପର୍ବ ପାଇଁ କୁନି କୁନି ଝିଅ ମାନଙ୍କ ଠାରୁ ଆରମ୍ଭ କରି ଯୁବତୀ, ମା, ମାଉସୀ ପର୍ଯ୍ୟନ୍ତ ସମସ୍ତେ ଅନେଇ ବସି ଥାନ୍ତି ରଜ ପର୍ବ କେବେ ଆସିବ, ପିଠା ପଣା, କ୍ଷୀରି ଖେଚୁଡ଼ି, ଆମ୍ବ ପଣସ ଓ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ସାଙ୍ଗକୁ ମିଠା ପାନ ଘର ମାନଙ୍କରେ ପ୍ରସ୍ତୁତ ହୋଇଥାଏ ।

ଏହା ଆମ ଓଡ଼ିଆ ସଂକୃତି ପରମ୍ପରା ରେ ବହୁ ପୁରାତନ କାଳରୁ ରହି ଆସିଅଛି, ରଜରେ କୁନି କୁନି ଝିଅ ଓ କୁଆଁରୀ ଝିଅ ମାନେ ପିଠା ପଣା ଖାଇ ରଜ ଦୋଳି ଖେଳିବାର ବହୁତ ଆନନ୍ଦ ନେଇଥାନ୍ତି ତାହା ସହିତ ରଜ ଗୀତ ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଲୋ ଘେନି ନୂଆଁ ସଜବାଜ, ରଜ ଦୋଳି କଲା କଟକଟ ମୋ ଭାଇ ମଥାରେ ସୁନା ମୁକୁଟ ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ, ପାନ ଖିଆ ରସିକ ପାଟି ଖୋଜି ବୁଲୁଥିଲା ରାଜାଙ୍କ ହାତୀ ଢାଳି ଦେଇଗଲା ଶିରରେ ରାଜା ହୋଇଗଲେ ରଜରେ, ଗୀତ ଗାଇ ରଜ ଦୋଳି ଖେଳିବାରେ ମନ ବିମୋହିତ କରିଥାଏ, କିନ୍ତୁ ବଡ଼ ଦୁଃଖର ବିଷୟ ଆଜିର ଦିନରେ ଆମ ଓଡ଼ିଆ ସଂକୃତି ପରମ୍ପରା ରଜ ପର୍ବ କୁ ନଷ୍ଟ କରି ସାରିଲେଣି ।

ଏହାର ମୁଖ୍ୟ କାରଣ ଆପଣ ମାନେ ଦେଖୁଥିବେ ବିଭିନ୍ନ ଚାନେଲ ଗୋଡିକ ରଜ କୁଇନ ପ୍ରତିଯୋଗିତା ନାମରେ କୁନି କୁନି ଝିଅ, କୁଆଁରୀ ଝିଅ ମାନଙ୍କୁ କିଛି ଆପାଠୁଆ ଅଭଦ୍ର ମୁର୍ଖ ଜଜ୍ ମାନେ ଆଶାଳୀନ ବ୍ୟବହାର କରିବା ସହ ସେମାନଙ୍କୁ ଜାଣି ଶୁଣି ବେଜିତ ଓ ଦୁର୍ବ୍ୟବହାର କରାଯାଉ ଅଛି, ଯାହା ଫଳରେ ଆମ ଓଡ଼ିଆ ସଂକୃତି ପରମ୍ପରା, କଳା ସଂକୃତି, ଆମ ଐତିହ ପ୍ରତି ବିପଦ ସୃଷ୍ଟି କରିଅଛି, ଏହି ଭଳି ମୁର୍ଖ ଜଜ୍ ମାନଙ୍କୁ ଯେଉଁ ଚାନେଲ ର ମାଲିକ ମାନେ ଜଜ୍ ମେଣ୍ଟ କରିବା ପାଇଁ ସୁଯୋଗ ଦେଉ ଅଛନ୍ତି, ସେହି ମାଲିକ ମାନଙ୍କର ମନ୍ଧ୍ୟ କୌଣସି ହିତାହିତ ଜ୍ଞାନ ନଥିବା ପରି ମନେ ହେଉଅଛି, ଏଣୁ ଏହି ଭଳି ଖରାପ କାର୍ଯ୍ୟକ୍ରମ ରୁ ଓଡ଼ିଶାର ସମସ୍ତ ଜନସାଧାରଣ ଦୂରେଇ ରୁହନ୍ତୁ ।

ଟିଭି ଧାରାବାହିକ ଚାନେଲ ଗୁଡିକ ରେ ରଜ ନାମରେ ଆମ କଳା ସଂକୃତି ପରମ୍ପରା କୁ ଯେଉଁ ମୁର୍ଖ ଜଜ୍ ମାନେ ନଷ୍ଟ କରିବା ପାଇଁ ବସୀ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅତି କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଯାହା ଫଳରେ ଅନ୍ୟ କୌଣସି ଜଜ୍ ମାନେ ଆମ ସଂକୃତି ପରମ୍ପରା ଉପରେ ଖରାପ ମନ୍ତବ୍ୟ ଦେବା ପାଇଁ ଭୟ କରିବେ, ଏହା ଦ୍ୱାରା ନୂଆଁ ନୂଆଁ ପ୍ରତିଭା ଓ ପ୍ରତିଯୋଗି ମାନେ ସେମାନଙ୍କର ପ୍ରତିଭା ଦେଖାଇ ପାରିବେ ଓ ଆଗଭର ହେବା ସହ ଆମ ସଂକୃତି ଐତିହ ପରମ୍ପରା କୁ ବଞ୍ଚେଇ ରଖି ପାରିବେ ।

✍️ ହିମାଂଶୁ ଭୂଷଣ ବାରିକ

new life
You might also like
error: Content is protected !!