News
WhatsApp Image 2023-10-04 at 17.25.00
samparksetu

ବ୍ରାହ୍ମଣୀ ନଦୀରୁ ମହିଳାଙ୍କ ଶବ ଉଦ୍ଧାର ; ହତ୍ୟା ସନ୍ଦେହ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀରୁ ଜଣେ ମହିଳାଙ୍କ ଶବ ବନ୍ଧା ହୋଇଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ଆଜି ସକାଳେ ନଦୀକୁ କିଛି ବ୍ୟକ୍ତି ଗାଧୋଇବାକୁ ଯାଇଥିବା ବେଳେ ମୃତଦେହ ଭାସୁଥିବାର ଦେଖି ପୋଲିସ କୁ ଖବର ଦେଇଥିଲେ ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିଛି ।

ମହିଳା ଜଣଙ୍କ ରଙ୍ଗୀନ ଶାଢ଼ୀ ପିନ୍ଧିଥିବା ବେଳେ ତାର ପାଟିକୁ ଜିଆ ତାରରେ ବନ୍ଧାହୋଇଥିବାର ଦେଖିବାକୁ ମିଳିଛି । ମହିଳାଙ୍କୁ କେହି ହତ୍ୟା କରି ଏହିଭଳି ଫିଙ୍ଗିଥିବାର ସନ୍ଦେହ କରାଯାଉଛି ।

ମହିଳାଙ୍କ ବୟସ ୩୫ ରୁ ୩୮ ଭିତରେ ହୋଇଥିବାର ଅନୁମାନ କରାଯାଉଛି । କଣ୍ଟାବଣିଆ ଥାନାଧିକାରୀ ନିରଞ୍ଜନ ସେଠୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛନ୍ତି ।

new life
You might also like
error: Content is protected !!