News
WhatsApp Image 2023-10-04 at 17.25.00
samparksetu

ଗୋଠପାଟଣାରେ ମହିଳାଙ୍କ ମୃତ ଦେହ ମିଳିବା ଘଟଣା, ବାହାରିବ କି ଢେଙ୍କାନାଳ ଲିଙ୍କ !

୯ ବର୍ଷ ତଳର ଫାଇଲ ଖୋଲିଲା ଚନ୍ଦକା ଥାନା ପୋଲିସ ।
ଗୋଠପାଟଣାରେ ମହିଳାଙ୍କ  ମୃତ ଦେହ ମିଳିବା ଘଟଣା ରେ
ମହିଳାଙ୍କ ପରିଚୟ ପାଇବା ପାଇଁ ଜାରି ହେଲା ପୋଷ୍ଟର । ୨୦୧୨ ରେ ଟ୍ଵିନସିଟି କମିସନରେଟ ଅନ୍ତର୍ଗତ ଗୋଠପଟଣାର ଆମ୍ବତୋଟାରେ ମହିଳାଙ୍କୁ ହତ୍ୟା ହୋଇଥିଲା । ପୋଲିସ ପ୍ରଥମେ ଅପମୃତ୍ୟ ମାମଲା ରୁଜୁ କରିବା ପରେ, ୨୦୧୫ରେ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ ।

ସୂଚନା ଅନୁଯାୟୀ ମହିଳାଙ୍କ ମୁଣ୍ଡର ଗଭୀର ଆଘାତ ଲାଗିଥିବା ବେଳେ ମହିଳାଙ୍କ ବେକରେ କପଡା ଲାଗିଥିଲା । ତେବେ ମହିଳା ଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବାର ପୋଲିସ ସନ୍ଦେହ କରିଥିଲା । ମହିଳାଙ୍କ ମୃତଦେହ ନିକଟରେ ପଡିଥିବା ପଲିଥିନରୁ ମିଳିଥିଲା କିଛି ସୁରାଖ, ପଲିଥିନ ରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ର ଏକ କପଡା ଦୋକାନର ନାମ ଥିଲା । ତେବେ କପଡା ଦୋକାନ ଟି ଇଲେକ୍ଟ୍ରି ଅଫିସ ଅଞ୍ଚଳର ବୋଲି ସେଠାରେ ଲେଖା ହୋଇଛି । 

ତେବେ  ହିନ୍ଦୀ ଓ ଓଡ଼ିଆ ଉଭୟ ଭାଷାରେ ତିଆରି ହୋଇଛି ପୋଷ୍ଟର । ତେବେ ମହିଳା ଜଣଙ୍କ ଢେଙ୍କାନାଳ ଜିଲ୍ଲାର ଅନୁମାନ କରାଯାଉଥିବା ବେଳେ ଢେଙ୍କାନାଳ ଓ କାମାକ୍ଷାନଗର ଅଞ୍ଚଳରେ ପୋଷ୍ଟର ଲଗାଇବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

new life
You might also like
error: Content is protected !!