News
WhatsApp Image 2023-10-04 at 17.25.00
samparksetu

ଘରକୁ ଫେରୁଥିବା ସମୟରେ ଘଟିଲା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଜୀବନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସାପୁଆ ନାଳ ନିକଟରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଘଟିଲା ଦୁର୍ଘଟଣା, ଗୁରୁତର ଅବସ୍ଥାରେ ବାଇକ୍ ଚାଳକ ମେଡ଼ିକାଲ ରେ ଭର୍ତ୍ତି ।

ସୂଚନା ଅନୁଯାୟୀ ଢେଙ୍କାନାଳ ସହର ମାଣ୍ଡପା ସାହିର ପ୍ରଶାନ୍ତ ପାତ୍ର ମନ୍ଦାର ପଞ୍ଚାୟତ ର ରାମସୁଦା ପାଟଣାରୁ ଢେଙ୍କାନାଳ କୁ ଫେରୁଥିବା ସମୟରେ ପ୍ରାୟ ଅପରାହ୍ନ ୨.୩୦ ସମୟରେ ସାପୁଆ ନାଳ ନିକଟରେ ଦୁର୍ଘଟଣା ର ଶିକାର ହୋଇଥିଲେ ।

ତେବେ ଦୁର୍ଘଟଣା ସ୍ଥାନରେ ଅଗ୍ନିଶମ ବିଭାଗ ପହଁଚି ତାଙ୍କୁ ସେଠାରୁ ତୁରନ୍ତ ଉଦ୍ଧାର କରିବା ସହ ଶ୍ରୀରାମ ଚନ୍ଦ୍ରପୁର ଡାକ୍ତର ଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ପ୍ରଶାନ୍ତ ଙ୍କ ଶରୀର ସୁସ୍ଥ ଥିବାର ସ୍ଥାନୀୟ ଅଞ୍ଚଳରୁ ସୂଚନା ମିଳିଛି ।

ଅନ୍ୟପଟେ ସମ୍ପୃକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ମହଲରେ ଅଶାନ୍ତି ଦେଖାଦେଇଛି ।

new life
You might also like
error: Content is protected !!