News
WhatsApp Image 2023-10-04 at 17.25.00
samparksetu

ବାଟ ମାରଣା ଆବାସ ଯୋଜନା

ଢେଙ୍କାନାଳ ସଦର ବ୍ଲକ ମଧୁସାହୁ ପାଟଣା ପଞ୍ଚାୟତ ଅନ୍ତର୍ଗତ କୋଇଲିପଙ୍ଗି ଗ୍ରାମର ମାଳତୀ ବାରିକ ଗତ ୩ ବର୍ଷ ହେଲା ସ୍ୱାମୀଙ୍କୁ ହରାଇ ଦୁଇଟି ପିଲାଙ୍କ ସହ କାଳାତିପାତ କରୁଛନ୍ତି । ପିଲାମାନେ ସ୍କୁଲରେ ପାଠ ପଢ଼ୁଥିବା ବେଳେ ମାଳତୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ଭାବେ ମାତ୍ର ୧୧ ଶହ ଦରମାରେ କାର୍ଯ୍ୟରତ ।

ବିଗତରେ ଆବାସ ଯୋଜନାରେ ପକ୍କା ଘର ଖଣ୍ଡିଏ ପାଇଁ ଅନେକ ସମୟରେ ଅନେକ ଲୋକଙ୍କ ପାଖରେ ନେହୁରା ହୋଇଛି ମାଳତୀ । କ୍ରମିକ ସଂଖ୍ୟାରେ ଘର ଆସୁଛି, ମାତ୍ର ତାହା କଟିଯାଉଛି । ଏବର୍ଷ ଘର ଖଣ୍ଡିକ ଭାଙ୍ଗିବାକୁ ବସିଥିଲା । ଧାର କରଜ କରି ଏବର୍ଷ ବଡ଼ କଷ୍ଟରେ ଛପର କରିଛି ।

ବିଧବା ସ୍ତ୍ରୀ ଲୋକଟିଏ ଛୋଟ ଛୋଟ ଦୁଇଟି ପିଲାଙ୍କୁ ଧରି ଆଉ କେତେ କଷ୍ଟ ସହିବ ? ମାଳତୀ ଭାବିଛନ୍ତି ପିଲାଙ୍କୁ ଭଲ ଶିକ୍ଷା ଦେବେ, ଭଲ ମଣିଷ କରିବେ ।ହେଲେ ବିଧିର ବିଧାନ କିଛି ନିଆରା । ବୋଝ ଉପରେ ଲଳିତା ବିଡ଼ା ପରି ଅଭାବ ରୂପକ ଯମରାଜଙ୍କ ଚାତ୍ରଛାୟାରେ ଏମାନେ । ଆଉ କଷ୍ଟ ନଦେଇ ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଲେ ତାର କଷ୍ଟ ଲାଘବ ହେବ ବୋଲି ଗୁହାରି କରିଛି ମାଳତୀ ।

new life
You might also like
error: Content is protected !!