News
WhatsApp Image 2023-10-04 at 17.25.00
samparksetu

ଦୁର୍ଘଟଣାରେ ଗୁରୁତର ପୋଡି ହୋଇଥିବା ଅସହାୟ ଗୌତମ କୁ ସରକାରୀ ସହାୟତା ଦାବି

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦଣ୍ଡିରି ପଞ୍ଚାୟତ ର ସୁରେଶ ନାଏକଙ୍କ ପୁଅ  ଗୌତମ ନାଏକ।ଏକ ଦୁର୍ଘଟଣା କ୍ରମେ ଗୁରୁତର ଭାବେ ପୋଡି ହୋଇ ଔଷଧ ଟିକେ ପାଇଁ, ପେଟ ଚାଖେଣ୍ଡ ପାଇଁ ବାରଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି। ଚାରିମାସ ତଳେ ଦାଦନ ଖଟିବାକୁ କେରଳ ଯାଉଥିଲେ ମାତ୍ର କାଳ ଯେମିତି ଅପେକ୍ଷା କରି ରହିଥିଲା।ଜଳଖିଆ ଖାଇବାକୁ ଭୁବନେଶ୍ୱର ଜୟଦେବବିହାରସ୍ଥ ଓମଫେଡ ପାଖରେ ଅଟକି ଗଲେ।

ସେଠାରେ ଚା ଜଳଖିଆ ଖାଉଥିବା ସମୟରେ ହଟାତ ନିକଟରେ ଥିବା ଏକ ବିଦ୍ୟୁତଟ୍ରାନ୍ସଫର୍ମର ବିସ୍ଫୋରଣ ହୋଇଥିଲା ଚାହୁଁ ଚାହୁଁ ଗୌତମ ଙ୍କ ସହ କିଛି ଲୋକ ପୋଡିହୋଇ ଗୁରୁତର ଆହତ ହୋଇଥିଲେ।ଭୁବନେଶ୍ୱର ରେ କିଛିଦିନ ଚିକିତ୍ସା ହେଲା ପରେ ପଇସା ଅଭାବରୁ ଗାଁକୁ ଫେରି ଆସିଲେ।ମାତ୍ର ଦୈନିକ ମୂଲ ଲାଗିଲେ ପେଟ ପୋଷୁଥିବା ଗୌତମ ଠିକରେ ନିଜର ଚିକିତ୍ସା କରିପାରିଲେନୀ।ଏପଟେ କରୋନା ପାଇଁ କାମଧନ୍ଦା ସବୁ ବନ୍ଦ, ମୂଲ ବି ବନ୍ଦ ଓପାସରେ ରହି ରହି ଘରେ ଯାହା ଥିଲା ବିକି ଭାଙ୍ଗି ସବୁ ସରି ଏବେ ନିଃଶ୍ବ।ଗର୍ଭବତୀ ସ୍ତ୍ରୀ ଓ ୬/୭ବର୍ଷର ପିଲାଟିଏ।ନିଜେ ଚିକିତ୍ସା ହେବେ ନା ପରିବାରକୁ ଦାନା ଦେବେ।ଦେହସାରା ପୋଡି ହୋଇଯାଇ ଚର୍ମ ଧୀରେ ଧୀରେ ଖରାପ ହେବାକୁ ବସିଲାଣି।ଏ ଯାଏ କୌଣସି ସରକାରୀ ସହାୟତା ପାଇପାରିଲେ ନାହିଁ ବୋଲି ଗୌତମ ଆମ ପ୍ରତିନିଧିଙ୍କ ଆଗରେ କୋହଭରା କଣ୍ଠରେ କୁହନ୍ତି।ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନ ବି ତାଙ୍କ ଦୁଃଖ ଶୁଣିଲେ ନାହିଁ।

ବହୁତ କଷ୍ଟରେ କିଛି ଧାର କରି ହିନ୍ଦୋଳ ଉପଜିଲ୍ଲାପାଳ ଙ୍କୁ ଆସି ଲେଖି ଖଣ୍ଡେ ଜଣାଇଛନ୍ତି।ଗୌତମ ଙ୍କୁ ଦେଖିଲେ ଯେ କେହି ଆଖିରୁ ଲୁହ ଗଡାଇବ।ଅସହାୟ ଦିନ ମଜୁରିଆ ଗୌତମ ନାଏକ ଙ୍କୁ ତୁରନ୍ତ ସେ ପାଇବା ଯୋଗ୍ୟ ସରକାରୀ ସହାୟତା ଓ ଆର୍ଥିକ ସହାୟତା ଯୋଗାଇଦେବାକୁ ଓ ଚିକିତ୍ସା ସୁବିଧା ସୁଯୋଗ ଯୋଗାଇ ଦେବାକୁ ଆମ ପ୍ରତିନିଧିଙ୍କ ଜରିଆରେ ହିନ୍ଦୋଳ ଉପଜିଲ୍ଲାପାଳ, ବ୍ଲକ ପ୍ରଶାସନ ଓ ସରକାରଙ୍କୁ ଆକୁଳ କଣ୍ଠରେ ନିବେଦନ କରିଛନ୍ତି।ଏଥିସହିତ ହିନ୍ଦୋଳ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମଧ୍ୟ ଅସହାୟ ଗୌତମ ଙ୍କୁ ସହାୟତା ଯୋଗାଇଦେବାକୁ ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

new life
You might also like
error: Content is protected !!