News
WhatsApp Image 2023-10-04 at 17.25.00
samparksetu

କମ୍ପିଲା କାମାକ୍ଷାନଗର ;ରାତି ଅଧିଆ ଗୁଳିକାଣ୍ଡ ଓ ବୋମାମାଡ଼

ସବୁ ଆଡେ ଲକଡାଉନ୍ ପୁଣି ନାଇଟ କର୍ଫ୍ୟୁ, ଚାରିଆଡେ ସୁନସାନ୍ । ସତେ ଯେମିତି ମାଡି ବସିଛି ଅନ୍ଧାର ରାଣୀର ମିରିଚିକା । ଠିକ ସେହି ସୁନସାନ୍ ଭିତରେ ଫୁଟିଲା ଗୁଳି, ଫୁଣି ଗୋଟିଏ କି ଦୁଇ ରାଉଣ୍ଡ ନୁହେଁ ଫୁଟିଲା ୫-ରାଉଣ୍ଡ ଗୁଳି ହେଲେ ସେତିକିରେ ଥମି ଯାଇନଥିଲା ଆରମ୍ଭ ହୋଇଥିଲା ବୋମା ମାଡ଼, ଏଭଳି ଏକ ଜଘନ୍ୟ କାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନନ୍ତପୁରରେ ।

ସୂଚନା ଅନୁଯାୟୀ କାମାକ୍ଷାନଗର ଏନଏସି ଅନ୍ତର୍ଗତ ଦୁଇ ସାହି ମଧ୍ୟରେ ଦିର୍ଘଦିନ ହେବ ବିବାଦ ଲାଗି ରହିଥିଲା ତେବେ ଗତକାଲି ସନ୍ଧ୍ୟା ସମୟରେ ବିବାଦ ଉଗ୍ରରୂପ ନେଇଥିଲା । ସାରଙ୍ଗଧର ଷ୍ଟାଡିୟମ ରାସ୍ତାରେ ମୁହାଁମୁହିଁ ହୋଇଥିଲେ ଦୁଇଗୋଷ୍ଠୀ । ରାତି ପ୍ରାୟ ୧୦ ଟା ୧୫ ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ହୋଇଥିଲା ଏପରିକି ପରେପରେ ବୋମା ମାଡ଼ ଆରମ୍ଭ ହୋଇଥିଲା । ଆକ୍ରମଣ ରେ କଲୋନି ସାହି ଗୋଷ୍ଠୀର ୩ ଜଣ ଯୁବକ ତୋଫାନ ପାତ୍ର ଏବଂ ମହାମାନଗର ସାହିର ଆକାଶ ନାୟକ ଓ ରାଜକିଶୋର ନାୟକ ଆହତ ହୋଇଥିଲେ ।

ଚିକିତ୍ସା ନିମନ୍ତେ ସେମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତି କରାଯାଇଥିବା ବେଳେ ତୋଫାନ ଓ ଆକାଶର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ମେଡିକାଲ କୁ ପଠାଯାଇଥିଲା ।

ଅନ୍ୟପଟେ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରି ଶୃଙ୍ଖଳା ବଜାୟ ରଖିବାକୁ, ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ତେବେ ଏ ସଂକ୍ରାନ୍ତରେ ପୋଲିସ କାହାକୁ ଗିରଫ କରିନଥିବା ଜଣାଯାଇଛି । ଅନ୍ୟପଟେ ଗୁଳିମାଡରେ ଗୁରୁତର ହୋଇଥିବା ତୁଫାନ ଙ୍କ ଆଜି ୪ ଟା ସମୟରେ କଟକ ମେଡ଼ିକାଲ ରେ ମୃତ୍ୟୁ ଘଟିଥିବାର ଜଣାଯାଇଛି ।

new life
You might also like
error: Content is protected !!