News
WhatsApp Image 2023-10-04 at 17.25.00
samparksetu

ଖୁଦଖାଇ ନୂଆବନ୍ଧର ପୁନରଉଦ୍ଧାର କାର୍ଯ୍ୟ ନିମ୍ନମାନର ଅଭିଯୋଗ

କାମାକ୍ଷାନଗର ବ୍ଲକର ତୁମୁଁସିଙ୍ଗା ପଞ୍ଚାୟତର ମନରେଗା କାମ ନିମ୍ନ ମାନର ହେଉଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ଖୁଦଖାଇ ନୂଆବନ୍ଧର ପୁନରଉଦ୍ଧାର ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୯,୦୦,୦୦୦ ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏହି ଟଙ୍କାରେ ପୋଖରୀ ଖନନ ଓ ବନ୍ଧହୁଡାର ପ୍ରାଚୀର ନିର୍ମାଣ ହେବା କଥା।

ପୋଖରୀର ମାଟି କାମ ମେସିନ ସହାୟତାରେ ହୋଇଥିଲା ବେଳେ ଏବେ ପ୍ରାଚୀର କାମ ଚାଲିଛି। ପ୍ରାଚୀର ଫାଉଣ୍ଡେସନ ମେଟାଲିଙ୍ଗ ସଠିକ ଭାବେ ହେଉ ନଥିବା ଦେଖିବାକୁ ମିଳିଛି। ମେଟାଲ ପରିବର୍ତ୍ତେ ମାଙ୍କଡ଼ା ପଥର ଢିମା ପକାଇ କାନ୍ଥ ନିର୍ମାଣ କାର୍ଯ୍ୟ ଚାଲିଛି। ଏପରି କାର୍ଯ୍ୟର ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାନ୍ଥଟି ଭୁଷୁଡି ପଡିବା ସମ୍ଭାବନା ରହିଛି। କାର୍ଯ୍ୟଟି ତୁରନ୍ତ ତଦାରଖ କରି ବନ୍ଦ କରିବା ସହ ବିଲ୍ ସ୍ଥଗିତ ରଖିବାକୁ ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି

new life
You might also like
error: Content is protected !!