ଆଜି ଢେଙ୍କାନାଳ ଜିଲ୍ଲାରେ ୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଆକ୍ରାନ୍ତ ଙ୍କ ମଧ୍ୟରୁ ଘରୋଇ ସଙ୍ଗରୋଧ ରୁ ୬୩ ଏବଂ ଚିକିତ୍ସାଳୟରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି ।
ସୂଚନା ଅନୁଯାୟୀ କାମାକ୍ଷାନଗର ବ୍ଲକର କାକୁଡିଆ ରୁ ୯, ବୁଢ଼ୀବିଲି, କୋଟଗରା ରୁ ୨ ଲେଖାଏଁ , କାନପୁରା ଓ ବାରୁଆଁ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଓଡାପଡ଼ା ବ୍ଲକ ର ଗୋବିନ୍ଦପ୍ରସାଦ ରୁ ୪, ଧଳପୁରରୁ ୩, ଚିନ୍ତାପୋଖରୀ ରୁ ୨, ଖଡଗପ୍ରସାଦ ଓ ଇନ୍ଦିପୁର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ସଦର ବ୍ଲକ ର ୧୧ ଜଣ ଚିହ୍ନଟଙ୍କ ମଧ୍ୟରୁ ଖଳିଆବନ୍ଧ ଓ ପର୍ବତିଆରୁ ୨ ଲେଖାଏଁ, ମଙ୍ଗଳପୁର, ଚାଉଳିଆ, ବୋରାପଦା, ସପ୍ତଶଯ୍ୟା , କୋଟପାଳ , ଜେନାସାହୁପାଟଣା ଓ ତାଳବରକୋଟ ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଢେଙ୍କାନାଳ ମୁନିସିପାଲିଟି କାଞ୍ଚନ ବଜାରରୁ ଜଣେ ଗୁଡ଼ିଆନାଳି,ସିମିଳିଆ, ଆନନ୍ଦନଗର, ସାମାଚରଣପୁର, ଚନ୍ଦନ ବଜାର , କୋରିଆଁ, ମାଣ୍ଡବାସାହି ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଫରେଷ୍ଟ କଲୋନୀ ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କାମାକ୍ଷାନଗର ଏନଏସି ରୁ ୯ ଜଣ, ଭୁବନ ବ୍ଲକ ଭୁଷଳ, ଚଣ୍ଡୀପାଳ ରୁ ଲେଖାଏଁ , ଯମୁନାକୋଟ , ରାମକୃଷ୍ଣପୁର , କିଙ୍ଗୋଳ , ଓ ବେଣ୍ଟସାଳିଆ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଗଁଦିଆ ବ୍ଲକ ସଂଥପୁର , ବଣେଇପଡା, ଦଣ୍ଡେଇବେରଣୀ, ବାଇନସିଆ ଓ ପଞ୍ଚକେନ୍ଦୁ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ପରଜଙ୍ଗ ବ୍ଲକ କୁନାଲ, ବସନ୍ତ ପଡା, ପରଜଙ୍ଗ, ପାଟବାହାଳ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ହିନ୍ଦୋଳ ବ୍ଳକ ଖଲିବୋରେଇ, ଠୋକର ଓ କଡ଼ଲା ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ, ଭୁବନ ଏନଏସି ରୁ ଜଣେ ଏବଂ ଅନ୍ୟ ଚିକିତ୍ସାଳୟରୁ ଜଣେ ଚିହ୍ନଟ ହୋଇଛନ୍ତି ।