News
WhatsApp Image 2023-10-04 at 17.25.00
samparksetu

ଗ୍ରାମବାସୀ ମାନଙ୍କ ଦ୍ଵାରା ପରିବାରକୁ ଗାଁରୁ ବାଛନ୍ଦ

ପରଜଙ୍ଗ ଥାନା ଅନ୍ତର୍ଗତ କଲଦା ପଂଚାୟତର ଶୁଣ୍ଢିତଇଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡ଼ିଛି, ଗ୍ରାମବାସୀ ମାନେ ଗୋଟିଏ ପରିବାରକୁବାଛନ୍ଦ କରିବା ସହ ଘରସାମ୍ନାରେ କଣ୍ଟା ତାରବାଡ଼ ଦେଇଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ମୁତାବକ ସେହି ଗ୍ରାମର ଦୁଷ୍ମନ୍ତ ବିଶ୍ବାଳ ପିତା,ପଦ୍ମ ଚରଣ ବିଶ୍ୱାଳ ଆଜକୁ ଦୀର୍ଘ ବର୍ଷଧରି ପୂର୍ବ ପୁରୁଷାନୁକ୍ରମେ ବାସଗୃହ ନିର୍ମାଣ କରି ରହି ଆସୁଥିବା ବେଳେତାଙ୍କୁ ଏବେଗ୍ରାମ ବାସୀମାନେ ହଇରାଣ କରୁଥିବା ଜଣାପଡିଛି। ଗ୍ରାମବାସୀ ଏକତ୍ରିତ ହୋଇ ସେହି ପରିବାରର ଘର ସଂମୁଖରେ ତାରବାଡଦେଇ ଥିବାରୁ ଗୋଟିଏ ପରିବାର ଘରୁ ବାହାରି ପାରୁ ନଥିବାରୁ ପରିବାରର ସଦସ୍ୟା ମଞ୍ଜୁରୀ ବିଶ୍ୱାଳ ପରଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେମଧ୍ୟ ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନ ନେବା ଏକ ଦୁର୍ଭାଗ୍ୟଜନକ ବୋଲି ପରିବାରବର୍ଗ ସୂଚନା ଦେଇଥିଲେ।

ଗ୍ରାମରେ ସେହି ପରିବାରକୁ ଦୀର୍ଘ ଦିନ ଧରି୨୦ବର୍ଷ ନିର୍ଯାତନା ଦେବା ସହ ଗ୍ରାମରେ କୌଣସି ମୌଳିକ ସୁବିଧାସୁଯୋଗ ଦେଉନଥିବା ବେଳେ ବାଛନ୍ଦ କରିରଖି ଥିବା ବେଳେ ଗତ ଦୁଇଦିନ ତଳେ ଘର ସାମ୍ନାରେ କଣ୍ଟା ତାର ବାଡ଼ ବୁଲାଇ ଦେଇଛନ୍ତି ଯାହା ଫଳରେ ଗାଈଗୋରୁ ପଶୁପାଳିତ ଜୀବ ଘର ବାହାରେ ରହୁଥିବା ବେଳେ ପରିବାର ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି, ଏ ସମ୍ବଧେ ପରଜଙ୍ଗ ତହସିଲଦାରଜୟନ୍ତ କୁମାର ଜୟସିଂଙ୍କୁ ଅଭିଯୋଗ କରିଥିଲେ ଅଭିଯୋଗ ପାଇ ତହସିଲଦାର କୁଆଲୋ ରାଜସ୍ୱ ନିରୀକ୍ଷକ ଙ୍କୁ ତଦନ୍ତ ପାଇଁ ପଠାଇ ଥିବାବେଳେ ବେଳେ ପ୍ରକୃତ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ଯାହାଫଳରେ ପରଜଙ୍ଗ ତହସିଲଦାର ନିଜେ ଯାଇ ତୁରନ୍ତ ପରିବାରଙ୍କୁ ନ୍ୟାୟ ଦେବା ସହ କଣ୍ଟା ତାରବାଡ଼କୁ ଘୁଞ୍ଚାଇ ଦିଆ ଯିବ ବୋଲି କହିଥିବା ବେଳେ ଗ୍ରାମବାସୀଙ୍କୁ ଡକାଇ ଏହାର ସମାଧାନ କିପରି ହୋଇପାରିବ ତାହା ଚେଷ୍ଟାକରାଯିବବୋଲି ସୂଚନା ଦେଇଛନ୍ତି।

ଗ୍ରାମକମିଟି ସଭାପତିକୁହନ୍ତି ତାଙ୍କ ପରିବାର ର ଯେତିକି ଜାଗା ଅଛି ସେମାନେ ଅଧିକ ଯାଗା ମାଡି ଯିବା ଫଳରେ ଗ୍ରାମବାସୀ ଆମ୍ଭେମାନେ ଏକତ୍ରିତ ହୋଇ ଗ୍ରାମର ଦେଶ କୋଠ ଜାଗା ଗ୍ରାମବାସୀ ମାନେକଣ୍ଟା ତାରବାଡ଼ ଦେଇ ଗାଁ ଜାଗା ଅକ୍ତିଆରକରିଛୁ। ଯାହା ହେବ ଗ୍ରାମବାସୀ ମାନେ ଦାୟୀ ରହିବେ ବୋଲି କହିଥିଲେ ।

new life
You might also like
error: Content is protected !!