News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ମହିଳା ମୃତ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚକ ରାସୋଳ ସେକ୍ସନ ପଶାସିଂ ଗ୍ରାମ୍ୟ ଜଙ୍ଗଲରେ ଆଜି ପୂର୍ବାହ୍ନ ରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ ବରଣ କରିଥିବାର ଜଣାଯାଇଛି।

ଖବରରୁ ଜଣା ଯାଏ ଏହି ଗ୍ରାମରେ ଯାଯାବର ଜୀବନ ବିତାଉଥିବା ମଲ୍ଲାର ସମ୍ପ୍ରଦାୟର ମାନସ ପ୍ରଧାନ ଙ୍କ ସ୍ତ୍ରୀ ଚିନା ପ୍ରଧାନ (୪୫) ଆଜି ଦିନ ପ୍ରାୟ ବାରଟା ବେଳେ ଘରପାଖ କାଜୁ ଜଙ୍ଗଲକୁ ଜାଳ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ ଦନ୍ତା ସହ ମୁହାମୁହିଁ ହେଇ ଯାଇଥିଲେ। ଘଟଣା ସ୍ଥଳରେ ଦନ୍ତା ତାଙ୍କୁ ଦଳି ମାରିଦେଇଥିଲା। ଖବର ପାଇ ରେଞ୍ଜର ଲୋହିତ କୁମାର ରଥ, ରାସୋଳ ବନ ପାଳ ସୁଦର୍ଶନ ଦେହୁରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ରାସୋଳ ଥାନ ଏ ଏସ୍ ଆ ଇ ସରୋଜ କୁମାର ପାଣି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଥିବାର ଜଣାଯାଇଛି।

new life
You might also like
error: Content is protected !!