News
WhatsApp Image 2023-10-04 at 17.25.00
samparksetu

ନିଜ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ପଛରୁ ଧକ୍କା ଦେଲା ଟ୍ରକ ; ବାଇକ ଚାଳକ ମୃତ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗ୍ରାମର କାଜୁ ପଡିଆ ନିକଟରେ ଜଣେ ବାଇକ ଆରୋହୀ ଙ୍କୁ ଏକ କୋଇଲା ବୋଝେଇ ଟ୍ରକ ଘୋଷାଡି ନେବାରୁ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ବାଙ୍ଗୁରା ଗ୍ରାମର ବିନୋଦ ସାମଲ (୪୮) ।

ସୂଚନା ଅନୁଯାୟୀ , ବିନୋଦ ତାଳଚେର କୋଇଲା ଖଣିରେ ସୁରକ୍ଷାକର୍ମୀ ରୂପେ ନିଯୁକ୍ତ ଥିଲେ।ସେ ନିଜର କାର୍ଯ୍ୟ ସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ , ପଛ ପାଖରୁ ଆସୁଥିବା କୋଇଲା ବୋଝେଇ ଟ୍ରକ ପଛରୁ ଧକ୍କା ଦେଇ ପାଖାପାଖି ୨୦୦ ମିଟର ଘୋଷାଡି ନେଇ ପିଚୁ ରାସ୍ତା ତଳକୁ ଫୋପାଡି ଦେଇଥିଲା।

ପରେ ଘଟଣାସ୍ଥଳରୁ କୋଇଲା ବୋଝେଇ ଟ୍ରକ ଟି ଫେରାର ହୋଇଯାଇଥିଲା। ପରେ କାମାକ୍ଷାନଗର ପୋଲିସ ଉକ୍ତ ଟ୍ରକକୁ ଜବତ କରି ଡ୍ରାଇଭର କୁ ଥାନାରେ ଅଟକ ରଖିଥିବାର ଜଣାପଡିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିବାରୁ ପରଜଙ୍ଗ ଥାନା ଅଧିକାରୀ ମାନେ ପହଂଚି ଉତ୍ତେଜନା କୁ ନିୟନ୍ତ୍ରଣ କରିବା ସହ ଘଟଣା ର ତଦନ୍ତ କରିଛି ।

new life
You might also like
error: Content is protected !!