News
WhatsApp Image 2023-10-04 at 17.25.00
samparksetu

ଗରାଖ ସାଜିଲା ଦୁର୍ବୃତ୍ତ, ଟେଷ୍ଟ ରାଇଡ଼ ଆଳରେ ବାଇକ୍ ଚୋରି

ନିଜର ପୁରୁଣା ବାଇକ୍ ବିକ୍ରି ନିମନ୍ତେ ଓଏଲଏକ୍ସ ରେ ଦିଆଗଲା ଆଡ଼୍ , ଗାଡି ପସନ୍ଦ ଆସିବା ଜଣାଇ ଟ୍ରାଏଲ ରାଇଡ଼ ନିମନ୍ତେ କଲେ ଅନୁରୋଧ । ଗାଡି ମାଲିକ ମଧ୍ୟ ଜଣାଇଲେ ସହମତି ଗରାଖ ଆସିଲେ ଟ୍ରାଏଲ ରାଇଡ଼ କଲେ ହେଲେ ଆଉ ଫେରିଲେ ନାହିଁ ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବାଜିଚୌକ ନିକଟରେ ।

ସୂଚନା ଅନୁଯାୟୀ ଢେଙ୍କାନାଳ ସହର ଜୟଗୋପାଳ ସାହିର ବାସିନ୍ଦା ସୁଶାନ୍ତ ସେଠି (୩୦) ନିଜର OD02-Y-5760 ନମ୍ବର ବିଶିଷ୍ଟ କଳା ରଙ୍ଗର ପଲସର କୁ ବିକ୍ରି ନିମନ୍ତେ ଓଏଲଏସ୍କ ରେ ଏକ ବିଜ୍ଞାପନ ଦେଇଥିଲେ । ବିଜ୍ଞାପନ ଦେଖି ଜଣେ ଗରାଖ ତାଙ୍କୁ ଗାଡି ପସନ୍ଦ ଆସିଥିବାର ଜଣାଇବା ସହ ଟ୍ରାଏଲ ପାଇଁ କହିଥିଲେ ।

୨୧ ଜୁନ ସୋମବାର ଦିନ ପ୍ରାୟ ୧୧.୩୦ ସମୟରେ ଏକ ଅଟୋ ଯୋଗେ ଗରାଖ ବାଜିଚୌକ ଛକ ନିକଟରେ ପହଞ୍ଚି ଥିଲେ । ଟ୍ରାଏଲ ନିମନ୍ତେ ଗାଡି ମାଲିକଙ୍କୁ ପଛରେ ବସାଇ କିଛି ବାଟ ଯାଇସେହି ଛକ ନିକଟକୁ ଫେରି ଆସିଥିଲେ ହେଲେ ଗାଡିରୁ ସୁଶାନ୍ତ ଓଲ୍ହାଇବା କ୍ଷଣି ଆକ୍ସିଲେଟର ମୋଡି ବାଇକ୍ ଧରି ଫେରାର ହୋଇଥିଲେ ଦୁର୍ବୃତ୍ତ ।

ତେବେ ଏହି ଘଟଣା ନେଇ ସୁଶାନ୍ତ ଏକ ଟାଉନ ଥାନାରେ ଏତଲା ଦେଇଥିବାର ଜଣାଯାଇଛି ।

new life
You might also like
error: Content is protected !!