News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୫୭ ନୂଆ ପିଜିଟିଭ ଚିହ୍ନଟ, ଚିହ୍ନଟ ଙ୍କ ମଧ୍ୟରୁ ୫୧ ଜଣ ଘରୋଇ ସଂଗରୋଧରୁ ଏବଂ ୬ଜଣ ମେଡ଼ିକାଲ ରୁ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଙ୍କ ମଧ୍ୟରୁ ଢେଙ୍କାନାଳ ମୁନିସିପାଲିଟି ରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି । ୧୫ ଜଣଙ୍କ ମଧ୍ୟରେ ବସଷ୍ଟାଣ୍ଡ , ଗୁଡ଼ିଆନାଳି ଓ ଖମାରସାହି ରୁ ୩, କୁଞ୍ଜକାନ୍ତ, ଦକ୍ଷିଣକାଳୀ, ଦେଉଳସାହି, ଟାଉନପ୍ଲାନିଂ, କଲେଜ କଲୋନୀ, ଏବଂ ଦୋଳ ମଣ୍ଡପସାହିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଲକ ରଞ୍ଜାଗୋଳ ରୁ ୧୦ ଏବଂ ନନ୍ଦପୁର ଓ ରକଳା ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ସଦର ବ୍ଲକ ଗୋବିନ୍ଦପୁର ରୁ ୨, ବେଲଟିକିରି, ଝୁମୂଡିଆ, ନମିଚିରା, କାଇମାଟି, ତାଳବରକୋଟ, ସିଆରିଆ , ବଳଦିଆବନ୍ଧ, ରଞ୍ଜା ଓ ମାଣିପୁର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଓଡ଼ାପଡା ବ୍ଲକ ବିଡାବନ୍ଧ, ବେସାଳିଆ, ଚାଈଂପୁର, ଗୋବିନ୍ଦପ୍ରସାଦ, ଗୁଣ୍ଡିଚାପଡା ଓ ସାନବୁଉଳପୁରର, ଗଁଦିଆ ବ୍ଲକ ମହାପଦା, ଆମ୍ବବାହାଳି, ଛତିଆ, ଠାକୁର ପାଳ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି କାମାକ୍ଷାନଗର ବ୍ଲକ ସମତଙ୍ଗୀ, ସୋଗର, କାଇଁବିଲି ରୁ ଜଣେ ଲେଖାଏଁ, ପରଜଙ୍ଗ ବ୍ଲକ ବାସୁଳେଇ ରୁ ୩ ଜଣ , କଙ୍କଡ଼ାହାଡ଼ ବ୍ଲକ ପଥରକଟା ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥବା ବେଳେ ଅନ୍ୟ ଚିକିତ୍ସାଳୟରୁ୨ ଜଣ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରେ ୮୫ ଜଣ ସୁସ୍ଥ ହୋଇଫେରିଥିବା ବେଳେ ସମୁଦାୟ ସୁସ୍ଥ ଙ୍କ ସଂଖ୍ୟା ୧୬୦୯୦ ରେ ପହଞ୍ଚିଚି ଏବଂ ବର୍ତ୍ତମାନ ସୁଦ୍ଧା୭୪୫ ଜଣ ଚିକିତ୍ସାଧୀନ ଅଛନ୍ତି ।

new life
You might also like
error: Content is protected !!