News
WhatsApp Image 2023-10-04 at 17.25.00
samparksetu

ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ କଟକଣା ;ଜିଲ୍ଲାର ୧୧ ମନ୍ଦିରରେ ୧୪୪ ଧାରା ଜାରି

ଢେଙ୍କାନାଳ ଜିଲ୍ଲାରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଏପର୍ଯ୍ଯନ୍ତ ନିୟନ୍ତ୍ରଣକୁ ଆସିପାରିନାହିଁ। ପ୍ରତ୍ୟେକ ଦିନ ସହର ସମେତ ଗ୍ରାମାଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।ଆଗକୁ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଥିବାରୁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଗହଳି ହେବା ତଜ୍ଜନିତ ସଂକ୍ରମଣ ବ୍ଯାପିବା ସମ୍ଭାବନାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର ୧୧ଟି ପ୍ରମୁଖ ଜଗନ୍ନାଥ ମନ୍ଦିରରେ କଟକଣା ଜାରି କରିଛନ୍ତି ।

ଦେବସ୍ନାନ ପୂର୍ଣ୍ଣିମା ରଥଯାତ୍ରା ଓ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ମନ୍ଦିର ମଧ୍ଯରେ ସହର ମଧ୍ଯରେ ଥିବା ପ୍ରସିଦ୍ଧ ଶ୍ରୀ ବଳରାମ ଜୀଉଙ୍କ ମନ୍ଦିର,ସଦର ଥାନା ଅନ୍ତର୍ଗତ ବଉଳପୁର ଓ ବଳରାମପୁର ସ୍ଥିତ ତୃତୀୟଦେବ ଜୀଉଙ୍କ ମନ୍ଦିର,ଗଁଦିଆ ଥାନା ଦଲାର ସ୍ଥିତ ଦଧିବାମନ ଜୀଉଙ୍କ ମନ୍ଦିର ଓ ଦେଓଗାଁ ସ୍ଥିତ ବଳଦେବ ଜୀଉଙ୍କ ମନ୍ଦିର, ଭୁବନ ଥାନା ଭୁବନରେ ଥିବା ଶ୍ରୀ ତୃତୀୟଦେବ ମନ୍ଦିର, କାମାକ୍ଷାନଗର ଥାନା ଦଧିବାମନ ଜୀଉଙ୍କ ମନ୍ଦିର,ଜିରିଡାମାଳି ସ୍ଥିତ ରଘୁନାଥ ଜୀଉଙ୍କ ମନ୍ଦିର, ଆଳୁତୁମା ସ୍ଥିତ ଦଧିବାମନ ଜୀଉଙ୍କ ମନ୍ଦିର, କଙ୍କଡାହାଡ ଥାନା କନ୍ଧରାର ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର ଏବଂ ପର୍ଜଙ୍ଗ ବ୍ଳକ ଅନ୍ତର୍ଗତ ଗଡପଳାଶୁଣୀର ପତିତପାବନ ଜୀଉଙ୍କ ମନ୍ଦିରରେ ଏହି କଟକଣା ୨୩ ତାରିଖ ଠାରୁ ଜୁଲାଇ ମାସ ୨୨ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି ।

ଏହି ଅବଧି ମଧ୍ଯରେ ସାଧାରଣ ଲୋକଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ସହିତ ୧୪୪ ଧାରା ଜାରି କରାଯାଇଛି ।ଏହାକୁ କଡାକଡି ପାଳନ କରିବା ପାଇଁ ସମସ୍ତ ଥାନାକୁ ଅବଗତ କରାଯାଇଛି ।

new life
You might also like
error: Content is protected !!