News
WhatsApp Image 2023-10-04 at 17.25.00
samparksetu

ବିନା ପରୀକ୍ଷାରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ; ୯୭.୮୯ ପ୍ରତିଶତ ପିଲା କଲେ ପାସ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି । ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ କଟକ ବୋର୍ଡ ଅଫିସରରୁ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଏଥର ୯୭.୮୯ ପ୍ରତିଶତ ପିଲା କଲେ ପାସ ।

ଛାତ୍ରଛାତ୍ରୀ ମାନେ www.bseodisha.ac.in କୁ ଯାଇ ରେଜଲ୍ଟ ଦେଖିପାରିବେ । ଇଣ୍ଟରନେଟ ନଥିଲେ ନିଜ ରୋଲ ନମ୍ବର ସହ ୫୬୭୬୭୫୦ରେ ଏସଏମଏସ କରି ଛାତ୍ରଛାତ୍ରୀ ନିଜ ପରୀକ୍ଷା ଫଳ ଜାଣି ପାରିବେ ।

ରାଜ୍ୟରେ ୫,୯୪୫ ସ୍କୁଲରେ ପାସ ହାର ଶତପ୍ରତିଶତ ରହିଛି । ସେହିପରି ପରୀକ୍ଷାରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପୁଣି ପରୀକ୍ଷା ଦେଇପାରିବେ । ଏନେଇ ଜୁଲାଇ ୫ରୁ ଫର୍ମ ପୂରଣ କରାଯିବ ।

ଏଥର ୫ ଲକ୍ଷ ୬୨ ହଜାର ୧୦ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଛନ୍ତି । ୭ ହଜାର ୭୦୩ ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ ହୋଇ ସାରିଛନ୍ତି ।

new life
You might also like
error: Content is protected !!