News
WhatsApp Image 2023-10-04 at 17.25.00
samparksetu

ବ୍ରଜନାଥ ବଡଜେନା ଉଚ୍ଚବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା

ଚଳିତବର୍ଷର କୋଭିଡ-୧୯ ମହାମାରୀ ହେତୁ ବାର୍ଷିକ ଦଶମ ବୋର୍ଡ ପରୀକ୍ଷା ବିଦ୍ୟାଳୟସ୍ତରୀୟ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀ ବୋର୍ଡ ଦ୍ୱାରା ପ୍ରସ୍ତୁତ ଅଭ୍ୟାସ ପରୀକ୍ଷା ପ୍ରଶ୍ନପତ୍ର ବ୍ୟବହାର କରି ବିଦ୍ୟାଳୟ ଦ୍ୱାରା ପରିଚାଳିତ ପରୀକ୍ଷା ଓ ମୂଲ୍ୟାୟନ ଆଧାରରେ ଶତାୟୁ, ବ୍ରଜନାଥ ବଡଜେନା ଉଚ୍ଚବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।ବିଦ୍ୟାଳୟର ଛାତ୍ରୀ ବିଷ୍ଣୁପ୍ରିୟା ରଥ ସର୍ବମୋଟ ୬୦୦ ନମ୍ବରରୁ ୫୫୧ ନମ୍ବର ବା ୯୧.୮୩ ଶତକଡା ନମ୍ବର ରଖି ବିଦ୍ୟାଳୟସ୍ତରୀୟ ପ୍ରଥମ ସ୍ଥାନ ହାସଲ କରି A1 ଗ୍ରେଡ଼ ହାସଲ କରିବା ସହ ଆଣିଛନ୍ତି ସ୍କୁଲ ପାଇଁ ଗୌରବ ।

ଢେଙ୍କାନାଳ ସହରରେ ରହୁଥିବା ପିତା ଶ୍ରୀକାନ୍ତ କୁମାର ରଥ ଓ ମାତା ମିନାକ୍ଷୀ ରଥଙ୍କର ସୁକନ୍ୟା ହେଉଛନ୍ତି ବିଷ୍ଣୁପ୍ରିୟା ।ତାଙ୍କର ଗ୍ରାମ କନ୍ତିଓ ପୁଟସାହି । ସେ ଦିନକୁ ୧୨ ରୁ ୧୫ଘଣ୍ଟା ପାଠ ପଢ଼ନ୍ତି । ସେ ତାଙ୍କର ଏହି ସଫଳତା ପାଇଁ ବାପା,ମା ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ଶ୍ରେୟ ଦେଇଛନ୍ତି । ଆଗାମୀ ଦିନରେ ଡାକ୍ତର ହୋଇ ରୋଗୀମାନଙ୍କର ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଷ୍ଣୁପ୍ରିୟା ।

ସେହିପରି ପ୍ରିୟମ ପ୍ରିୟାନଶୁ ମଧ୍ୟ ସର୍ବମୋଟ ୫୪୭ ନମ୍ବର ଅର୍ଥାତ ଶତକଡା ୯୧.୧୬ ନମ୍ବର ରଖି A1 ଗ୍ରେଡ଼ ହାସଲ କରି ବିଦ୍ୟାଳୟର ସ୍ତରରେ ଗୌରବ ବୃଦ୍ଧି କରିଛନ୍ତି ।ତାଙ୍କର ଗ୍ରାମ ଗୋବିନ୍ଦପୁର , ସେ ବିମଳ ବିହାରୀ ମହାନ୍ତି ଓ କିରଣବାଳା ମହାନ୍ତିଙ୍କର ସୁପୁତ୍ର । ସେ ମଧ୍ୟ ଅନୁରୂପ ଭାବେ ଦିନକୁ ୧୫ ଘଣ୍ଟା ପାଠପଢ଼ାରେ ସମୟ ବିନିଯୋଗ କରୁଥିଲେ । ସେ ଜଣେ ସଫଳ ବିଶିଷ୍ଟ ଆଇ.ଆଇ.ଟି ଯନ୍ତ୍ରୀ ହେବାର ଲକ୍ଷ୍ୟ ରଖିଛନ୍ତି ।

ଏହି ବିଦ୍ୟାଳୟରେ ମୋଟ ୧୪୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୧୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।ସେଥିମଧ୍ୟରୁ ୧୪୬ ଜଣ କୃତକାର୍ଯ୍ୟ ହୋଇ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟର ମୋଟ ପାସ ହାର ୯୯.୧୩ ଶତକଡା ଅଟେ । ସେହିଭଳି ଏକ୍ସ-ରେଗୁଲାର ପରୀକ୍ଷାରେ ୧୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯ ଜଣ E ଗ୍ରେଡରେ ପାସ କରି ସଫଳତାର ହାର ଶତକଡା ୯୦ ହୋଇଛି । ବିଦ୍ୟାଳୟର A1 ରେ ୦୨ ଜଣ,A2 ରେ ୦୮ଜଣ,B1 ରେ ୧୭ ଜଣ, B2 ରେ ୩୭ଜଣ, C ରେ ୨୬ ଜଣ,D ରେ ୨୨ ଜଣ ଓ E ଗ୍ରେଡ଼ରେ ୩୪ ଜଣ ପାସ କରିଥିବାରୁ ମୋଟ ପାସ ହାର ୯୯.୧୩ ଶତକଡା ହୋଇଛି ।

ଉଭୟ A1 ଗ୍ରେଡ଼ଧାରୀ ନିଜର ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ ,ବିଦ୍ୟାଳୟସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତା ମାତାଙ୍କୁ ଶ୍ରେୟ ଦେଇଛନ୍ତି । ସେଥିପାଇଁ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ଉପସଭାପତି,ଅନ୍ୟାନ୍ୟ କର୍ମକର୍ତ୍ତା,ସଦସ୍ୟ, ସଦସ୍ୟା ବୃନ୍ଦ,ବରିଷ୍ଠ ଶିକ୍ଷୟିତ୍ରୀ ବିଜୟରଶ୍ମି ମିଶ୍ର,ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ଢେଙ୍କାନାଳ ଜିଲ୍ଲା ମୋ’ସ୍କୁଲ କ୍ୟାମ୍ପେନ କମିଟିର ଦଳମୁଖ୍ୟ ଡ଼ା.ଦେବୀ ପ୍ରସାଦ ମିଶ୍ର,ସୁରେଶ କୁମାର ପଣ୍ଡା,ଦେବରାଜ ରାଉତ, ଇତିଶ କୁମାର ବରାଳ,ସୁଭାଷ କୁମାର ନନ୍ଦ,ଧ୍ୟାନଚାନ୍ଦ ମିଶ୍ର,ସ୍ୱର୍ଣ୍ଣମୟୀ ଶତପଥୀ,ସୁନିତାବାଳା ଷଡ଼ଙ୍ଗୀ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ,ସୁବ୍ରତ ମିଶ୍ର,ରଶ୍ମୀ ହୋତା,କଳ୍ପନା ବାରିକ,ବବିତା ଲେଙ୍କା, ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବବିତା ଦାସ,ସୁବ୍ରତ ସ୍ୱାଇଁ,ପ୍ରଭାତ ପ୍ରଧାନ, ବାସୁଦେବ ରଣା, ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ସମସ୍ତ ସଫଳତା ପ୍ରାପ୍ତ ହୋଇଥିବା ସମସ୍ତ ଛାତ୍ରୀ,ଛାତ୍ର,ସେମାନଙ୍କ ପିତା,ମାତାମାନଙ୍କୁ, ଅଭିଭାବକ,ଅଭିଭାବିକା ମାନଙ୍କୁ ଶୁଭକାମନା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

new life
You might also like
error: Content is protected !!