News
WhatsApp Image 2023-10-04 at 17.25.00
samparksetu

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ ଢେଙ୍କାନାଳ ଜିଲ୍ଲାରେ ୯୭.୯୪% ପାସ ହାର

କରୋନା ସଂକ୍ରମଣ ରେ ସମୟରେ ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ । ରାଜ୍ୟର ୮,୯୩୪ ସ୍କୁଲରେ ୫,୭୪,୧୨୫ ଜଣ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ଫିଲପ୍ କରିଥିବା ବେଳେ ସେଥିରୁ ୫,୬୨,୦୧୦ ଜଣ ପାସ୍ କରିଛନ୍ତି । ମାତ୍ର ୭,୭୦୩ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ତେବେ ଢେଙ୍କାନାଳ ଜିଲ୍ଲାରେ ୯୭.୯୪ % ପାସ ହାର ରହିଛି ଛାତ୍ରୀଙ୍କ ତୁଳନାରେ ଆଗରେ ଅଛନ୍ତି ଛାତ୍ର ।

୨୬୮ ଟି ହାଇସ୍କୁଲ ରେ ୧୬.୧୪୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ଏହି ମଧ୍ୟରୁ ୧୫.୮୦୮ ଜଣ ପାସ କରିଛନ୍ତି । ୭୪୭୫ ଜଣ ଛାତ୍ରୀ ଥିବା ବେଳେ ୮୩୩୩ ଛାତ୍ର ରହିଛନ୍ତି । ସେହିପରି ଏକ୍ସ ରେଗୁଲାର ରେ ୧୮୭୩ ଜଣ ଫର୍ମ ପୂରଣ କରିଥିବା ବେଳେ
୧୫୮୪ ଜଣ ପାସ କରିଛନ୍ତି ।

ସେହିପରି ସୁନ୍ଦରୀଖାଲ ସ୍ଥିତ ଶିଶୁ ମନ୍ଦିରରେ ଶତପ୍ରତିଶତ ପାସ ହାର ରହିଛି । ପରଜଙ୍ଗ ବ୍ଲକର ବାରିହାପୁର ହାଇସ୍କୁଲ ର ଛାତ୍ରୀ ବର୍ଷା ସାମଲ ୫୪୭ ନମ୍ବର ରଖି A1 ପରଜଙ୍ଗ ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମୁକ୍ତାପଶି ଅଞ୍ଚଳ ହାଇସ୍କୁଲ ର ଛାତ୍ର ସୁଜୀତ ବେହେରା ୫୪୨ ନମ୍ବର A1 ଓ ସରାଙ୍ଗ ଅନନ୍ତ ଶୟନ ହାଇସ୍କୁଲ ର ଛାତ୍ରୀ ସସ୍ମିତା ଖୁଣ୍ଟିଆ ୫୪୨ ନମ୍ବର A1 ରଖି ଦ୍ଵିତୀୟ ସ୍ଥାନ ରଖି ଥିବାବେଳେ ସରାଙ୍ଗ ଆଇଜିଆଇଟି କ୍ୟାମ୍ପସ ହାଇସ୍କୁଲର ଛାତ୍ର ଅଂଶୁମାନ ଧଳ ୫୪୦ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଯୋରନ୍ଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ତନିସା ସ୍ୱାଇଁ ୯୧.୫ % ରଖି ଟପର ହୋଇଥିବା ବେଳେ ଆଶିଷ କୁମାର ପତି, ପ୍ରିୟମ୍ବଦା ସାହୁ, ପ୍ରିୟଙ୍କା ପ୍ରିୟାଦର୍ଶିନୀ ନନ୍ଦ, ସ୍ୱସ୍ତି ସୁଭଶ୍ୱେତା ପୃଷ୍ଟି ବେସ୍ ଭଲ ନମ୍ବରରେ କୃତିତ୍ୱ ଅର୍ଜନ କରିଛନ୍ତି ।

ଭୁବନ ବ୍ଲକ ର ୩୦ ଟି ବିଦ୍ୟାଳୟ ର ଫଳାଫଳ ଅନୁଯାୟୀ ଜିରାଳ ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜେଶ ପଣ୍ଡା ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ହିନ୍ଦୋଳ ହାଇସ୍କୁଲ ର ଛାତ୍ରୀ ସରିତା ବେହେରା ୫୬୩ ନମ୍ବର ରଖି ହିନ୍ଦୋଳ ଉପଖଣ୍ଡ ରେ ଟପ୍ କରିଥିବାର ଜଣାପଡିଛି ।

ଅନ୍ୟପଟେ ପରୀକ୍ଷା ନହୋଇ ଫଳ ପ୍ରକାଶ କରାଯାଇଥିବାରୁ ମେଧାବୀ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପରୀକ୍ଷା ହୋଇଥିଲେ ଆହୁରି ଅଧିକ ନମ୍ବର ରଖି ପାରିଥାନ୍ତେ ବୋଲି ଜଣାଇଛନ୍ତି ।

new life
You might also like
error: Content is protected !!