News
WhatsApp Image 2023-10-04 at 17.25.00
samparksetu

କ୍ରେଡିଟ କାର୍ଡ ଅପବ୍ୟବହାର ଅଭିଯୋଗ, ବନ୍ଧାହେଲେ ଆସିଷ୍ଟାଣ୍ଟ ମ୍ୟାନେଜର !

ଉପଭୋକ୍ତା ଙ୍କ କ୍ରେଡିଟ କାର୍ଡ ରେ କରୁଥିଲେ ଅଏସ କରୁଥିଲେ ଅନଲାଇନ ସପିଙ୍ଗ, ଗଣୁଥିଲେ ଟଙ୍କା ହେଲେ ଏବେ ହାଜତ ଭିତରେ ଗଣିବେ ତାରିଖ , ତାରିଖ ପରେ ତାରିଖ । ଏହା କୌଣସି ସାଇବର ଲୁଟେରାଙ୍କ ବିଷୟବସ୍ତୁ ନୁହେଁ ଏଭଳି ଏକ ଠକେଇ କରିଛନ୍ତି ଢେଙ୍କାନାଳ ସହର ସ୍ଥିତ ଏକ ଘରୋଇ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ।

ଏଚଡିଏଫସି ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ମନୋଜ ପଟ୍ଟନାୟକ ଉପଭୋକ୍ତାଙ୍କ କ୍ରେଡିଟ କାର୍ଡ଼ରୁ ଟଙ୍କା ହଡପ କରି ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ତପନ ବାରିକ ନାମକ ଜଣେ ରେଳ କର୍ମଚାରୀ ତାଙ୍କ କ୍ରେଡିଟ କାର୍ଡ଼କୁ ବ୍ୟାଙ୍କରେ ଦାଖଲ କରିସାରିଥିଲେ । ମାତ୍ର ବ୍ୟାଙ୍କର କ୍ରେଡିଟ୍ କାର୍ଡ ସେକ୍ସନ ଦାୟିତ୍ବରେ ଥିବା ଏହି ବ୍ୟାଙ୍କ ସହକାରୀ ପରିଚାଳକ ଜଣଙ୍କ ଚଞ୍ଚକତାର ସହ ପୁନର୍ବାର ନିଜ ମୋବାଇଲ ନମ୍ବର ପକାଇ ଚାଲୁ କରାଇ ଗ୍ରାହକଙ୍କ ନାମରେ ଟଙ୍କା ଉଠାଇ ଚାଲିଥିଲେ ।

କିନ୍ତୁ ପରେ କ୍ରେଡିଟ କାର୍ଡକୁ ଫେରାଇବା ପରେ ମଧ୍ୟ ଅପବ୍ୟବହାର କରି ୬୯ହଜାର ଟଙ୍କା ଉଠାଇ ନେଇଥିଲେ । ଟଙ୍କା ଜମା କରିବାକୁ ତପନକୁ ବ୍ୟାଙ୍କରୁ ବାରମ୍ଵାର ଫୋନ ଆସିବାପରେ ତାଙ୍କର କ୍ରେଡିଟ କାର୍ଡ଼ ଅପବ୍ୟବହାର ହୋଇଥିବାର ସେ ଜାଣିବାକୁ ପାଇଲେ।

ବ୍ୟାଙ୍କର ପରାମର୍ଶ କ୍ରମେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୂର୍ବରୁ ଏହି ବ୍ୟାଙ୍କ କର୍ମଚାରୀ ଜଣଙ୍କ ବିରୋଧରେ କ୍ରେଡିଟ କାର୍ଡ଼ ଅପବ୍ୟବହାର କରି ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ କରିଥିବା ଏକ ମାମଲା ରହିଛି। ଅଭିଯୁକ୍ତ ଏହି ପରି ଅନେକ ଉପଭୋକ୍ତାଙ୍କୁ ଠକିଥିବାର ,ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଛି ।

new life
You might also like
error: Content is protected !!