News
WhatsApp Image 2023-10-04 at 17.25.00
samparksetu

ବନମାଳୀପ୍ରସାଦ ରାସ୍ତା ଶୋଚନୀୟ ; ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ କରୁନାହିଁ ପ୍ରଶାସନ !

ଅନେକ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିରବ । ଏହି ରାସ୍ତାଟି କୌଣସି ଉପାନ୍ତ ଅଞ୍ଚଳର ନୁହଁ । ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୯ ନଂ ୱାର୍ଡ ବନମାଳୀପ୍ରସାଦ ନୂଆସାହି ର ।ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ କରୁନି ପ୍ରଶାସନ ।

ଉକ୍ତ ଅଞ୍ଚଳରେ ପ୍ରାୟ ୩୫୦ ପରିବାର ବସବାସ କରନ୍ତି । ସାମାନ୍ୟ ବର୍ଷାରେ ରାସ୍ତାତିର ଅବସ୍ଥା ଏତେ ଶୋଚନୀୟ ହୋଇଯାଉଛି ଯେ ରାସ୍ତା ଦେଇ ଯାତାୟତ କରିବା କଷ୍ଟକର ହୋଇପଡୁଛି ।

ଏହି ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବାରୁ ଲୋକେ ଏହି ରାସ୍ତାଦେଇ ସହରକୁ ଯିବା ଆସିବା କରିବା ସହ ଦୈନିକ ବଜାର ଓ ଚିକିତ୍ସାଳୟକୁ ଯାଇଥାନ୍ତି ।

ଏ ନେଇ ପୋୖରାଞ୍ଚଳ ଇଞ୍ଜିନିୟର ଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ଏ ନେଇ ଆମେ ନିଶ୍ଚିତ କିଛି ପଦକ୍ଷେପ ନେବୁ । ତେବେ ରାସ୍ତାକୁ ମରାମତି କରିବାକୁ ୱାର୍ଡବାସୀ ଦାବି କରୁଥିବା ବେଳେ କେବେ ରାସ୍ତା କାମ ହେବ ତାହା ଦେଖିବାକୁ ବାକି ରହିଲା ।

new life
You might also like
error: Content is protected !!