News
WhatsApp Image 2023-10-04 at 17.25.00
samparksetu

ପତି ପ୍ରତୀପ 

ଅଙ୍କ କଳଙ୍କ  ଧୂର୍ତ୍ତ  ମତି
ଅଙ୍କନ ଅଙ୍କ ମିଥ୍ୟା ରତି
ପ୍ରତି ଆଶଙ୍କା ପତି ଅଙ୍କ
ପ୍ରଣୟ  ପ୍ରଗତି   ଆତଙ୍କ
              ଚଞ୍ଚକ ଚଞ୍ଚୂ ଘାତ
              ସଞ୍ଚିତ ଅଶ୍ରୁପାତ
          ପ୍ରପଞ୍ଚ ପଞ୍ଚଜନ୍ୟ ଶଙ୍ଖ ।

ବୃଥା ଦହନ  ଘୃତଦାହ
ମୃତ୍ୟୁ ଯନ୍ତ୍ରଣା ମନ୍ତ୍ରବାହ
ବୃତ୍ତ ବୃତ୍ତାନ୍ତ ଭ୍ରାନ୍ତ ପଥ
ସତ୍ତ୍ବ ସାତ୍ତ୍ୱିକ ଶୂନ୍ୟ ରଥ
             ସତ୍ଯ ଶ୍ରୀକାନ୍ତ ଶୁକ୍ତି
             ମର୍ତ୍ତ୍ଯ  ମୃତାନ୍ତ ଚୁକ୍ତି
          ଅମର୍ତ୍ତ୍ୟ ଆମନ୍ତ୍ରିତ ବ୍ରତ ।

ଶକ୍ଯ ଶୂକର ଘୃଣ୍ଯ ନୀତି
ଲକ୍ଷ ଶକୁନ୍ତ  ସର୍ପ  ରୀତି
ସୁପ୍ତ ନିର୍ବୋଧ  ବୃଦ୍ଧ ସୂତ
ଗୁପ୍ତ  ନିଧନ  ବଧ  ସର୍ତ୍ତ
          ପୁତ ପ୍ରବାସ ଯୋଗ
          ଦ୍ଯୁତ ବିଷାଦ ଭୋଗ
       ପତି ପ୍ରତୀପ ମୃତ୍ୟୁ ଗର୍ତ୍ତ ।

✍️ ପ୍ରସନ୍ନ  ମଣ୍ଡଳ

new life
You might also like
error: Content is protected !!