News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ମାଟିର ଗର୍ବ ତଥା ବରିଷ୍ଠ ସାମ୍ବାଦିକ ଆଶୁତୋଷ ରାଉତଙ୍କ ନିଆରା ଢଙ୍ଗରେ ଜନ୍ମଦିନ ପାଳନ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଆମ ଢେଙ୍କାନାଳ ଜିଲ୍ଲାର ଗର୍ବ ତଥା ବରିଷ୍ଠ ସାମ୍ବାଦିକ ଆଶୁତୋଷ ରାଉତ ।

ଆଶୁତୋଷ ରାଉତ ଏକ ନାଁ ନୁହେଁ ଏକ ବ୍ରାଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ରାଷ୍ଟ୍ରପତି ବା ହୁଅନ୍ତୁ ଲତା ମଙ୍ଗେସକର ବା ହୁଅନ୍ତୁ ଗଡ଼ ଅଫ କ୍ରିକେଟ ସଚିନ ତେନ୍ଦୁଲକର ଏହି ଧାଡ଼ିର ଏଭଳି କିଛି ହାତ ଗଣତି ବ୍ୟକ୍ତିତ୍ୱ ହିଁ ଥିବେ ଜାହାର ସାକ୍ଷାତକାର ନେଇନାହାନ୍ତି ସିଏ ।

କେବଳ ସାକ୍ଷାତକାର ନୁହେଁ ଦିଲ୍ଲୀ ନିର୍ବାଚନ ହେଉ ବା ପୁରୀ ରଥଯାତ୍ରା ନିଷ୍ପତ୍ତି ପ୍ରତିଟି ଜାତୀୟ ଖବରକୁ ନିଜ ମାଟି ମା ଭାଷାରେ ପ୍ରଥମେ ପହଁଚାଇଥାଆନ୍ତି ଆଶୁତୋଷ । ବିଗତ ଦିନରେ କରୋନା ସଂକ୍ରମଣ ସମୟରେ ସମସ୍ତେ ଘରେ ବସିଥିବା ବେଳେ ଦିଲ୍ଲୀ ସ୍ମଶାନଘାଟ ରେ ପହଞ୍ଚି ସେଠାକାର ଗ୍ରାଉଣ୍ଡ ରିପୋର୍ଟ ଦେଇଥିଲେ ସିଏ । ଏହି ଖବର ଆନ୍ତର୍ଜାତିୟ ସ୍ଥରରେ ବିଭିନ୍ନହଲରେ ପ୍ରଶଂସା ର ପାତ୍ର ସାଜିଥିଲା ।
ତେବେ ଆଶୁତୋଷ ନିଜ ଜନ୍ମ ଦିବସ ଅବସରରେ କରୋନା ଲକଡାଉନ ରେ ଅସହାୟ ଏବଂ ବସ୍ତିରେ ରହୁଥିବା କୁନି ପିଲାଙ୍କୁ ଚକଲେଟ କେକ୍ ଖୁଆଇବା ସହ ଦିନଟିଏ ପାଇଁ ହେଉ ପଛେ ଯେପରି ସମସ୍ତେ ପେଟପୁରା ଖାଇପାରିବେ ଏନେଇ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛନ୍ତି ସେ ।

କାହା ମୁହଁରେ ଯଦି ଚେନାଏ ହସ ଫୁଟାଇ ପାରିବା ତେବେ ଆମ ଜୀବନ ବି ଆନନ୍ଦମୟ ହୋଇଉଠିବ ଏହା ଥିଲା ତାଙ୍କର ଚିନ୍ତାଧାରା ।

new life
You might also like
error: Content is protected !!