News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ଜଣେ ମୃତ ;୩ ଗୁରୁତର

କଙ୍କଡ଼ାହାଡ଼ ବ୍ଳକ ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ଡୋଲିଆ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ମୋପେଡ଼-ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କେନ୍ଦୁଝର ତେଲକୋଇ ଥାନା ଝାରବେଡ଼। ଗାଁର ପ୍ରଦୀପ ମହାନ୍ତ(୪୫) ।

ସୂଚନା ଅନୁଯାୟୀ , ପଙ୍ଗାତିରା ଗ୍ରାମର ଈଶ୍ୱର ଓ କୁସୁମୁଣ୍ଡିଆ ଗ୍ରାମର ପ୍ରଦୀପ ସାହୁ ବାଇକ୍ ଯୋଗେ କାମାକ୍ଷାନଗର ରୁ ଫେରୁଥିଲେ , ଅନ୍ୟ ପାର୍ଶ୍ଵରୁ ମୋପେଡ଼ରେ ପ୍ରଦୀପ ଓ ତାଙ୍କ ପୁଅ ଆସୁଥିବା ବେଳେ ଡୋଲିଆ ଛକ ନିକଟରେ ଉଭୟ ମୁହାଁମୁହିଁ ଧକ୍କା ହୋଇଥିଲେ । ଘଟଣା ସ୍ଥଳରେ ପ୍ରଦୀପ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି କାମାକ୍ଷାନଗର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ।

new life
You might also like
error: Content is protected !!