News
WhatsApp Image 2023-10-04 at 17.25.00
samparksetu

ବିଦ୍ୟୁତ କର୍ମଚାରୀ – ଗ୍ରାମବାସୀ ମୁହଁ।ମୁହିଁ ; ଥାନାରେ ମାମଲା ରୁଜ୍ଜୁ !

ମଙ୍ଗଳବାର ରାତିରେ ଗଁଦିଆ ଥାନା ମନ୍ଦାର ପଂଚାୟତ ର ଦଲାର ଗ୍ରାମର ପ୍ରମୋଦ ଦାସ ଙ୍କ ଘରେ ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ ହଠାତ ପଶି ବେଆଇନ ଭାବରେ ବିଦ୍ୟୁତ ବ୍ୟବହାର କରୁଛ ଘଟଣାକୁ ନେଇ ଯୁକ୍ତି ତର୍କ ହେବା ଭିତରେ କନିଷ୍ଠ ଯନ୍ତ୍ରୀ ଟିକେଶ୍ୱର ପ୍ରଧାନ ତାଙ୍କୁ ଗାଳି ଗୁଲଜ କରିବା ଶହ ବେକରୁ ତାଙ୍କର ସୁନାହାର ଛଡାଇ ନେବାଶହ ଠେଲି ଦେଇଥିଲେ ବୋଲି ପ୍ରମୋଦ ଙ୍କ ପତ୍ନୀ ମାଧୁରୀ ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୋଲିସ କେସ ନଂ ୧୭୫ରେ ଏକ ମାମଲା ରୁଜ୍ଜୁ କରିଛି ।

ସେହିପରି ଉକ୍ତ ଗ୍ରାମକୁ ମଙ୍ଗଳବାର ରାତିରେ ବିଦ୍ୟୁତ କର୍ମଚାରୀମାନେ ଚେକିଂ ରେ ଯାଇ ଉକ୍ତ ଗ୍ରାମରେ ବେଆଇନ ଭାବରେ ଚୋରାରେ ହୁକ ପକାଇ ଲାଇନ ଜାଳୁଥିବା ବ୍ୟକ୍ତି ମାନଙ୍କର ହୁକକୁ ବିଦ୍ୟୁତ ଖୁଣ୍ଟରୁ ସଂଯୋଗୀ ତାର କୁ କାଟିବାରୁ କିଛି ଲୋକ ଙ୍କ ସହିତ ପାଟିତୁଣ୍ଡ ହୋଇଥିଲା ଯାହାଫଳରେ ଲୋକେ କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲେ ଏଥିରେ କନିଷ୍ଠ ଯନ୍ତ୍ରୀ ଟିକେଶ୍ୱର ପ୍ରଧାନ ଓ ଅନ୍ୟ ୩ଜନ କର୍ମଚାରୀ ସାମନ୍ୟ ଆହତ ହୋଇଥିଲେ ଘଟଣା ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଗଁଦିଆ ଥାନାରେ ୫ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ପୋଲିସ କେସ ୧୭୬ ରେ ଏକ ମାମଲା ରୁଜୁ କରିଛି ଏହି ଘଟଣା ସମ୍ପର୍କରେ ଗଁଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ କୁହନ୍ତି ପୃଥକ ପୃଥକ ଭାବରେ ଦୁଇଟି ଅଭିଯୋଗ ଉପରେ ମାମଲା ରୁଜ୍ଜୁ ହୋଇଛି , ଘଟଣାର ତଦନ୍ତ ପାରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

ଗଁଦିଆ ଥାନା ମନ୍ଦାର ଗ୍ରାମପଞ୍ଚାୟତ ଦଲାର ଗ୍ରାମରେ ବିଜୁଳି ଚୋରି ହେଉଥିବା ଖବର ପାଇ ଗଁଦିଆ ସବଷ୍ଟେସନ ର ଜେଇ ଓ ଅନ୍ୟ କର୍ମଚାରୀ ମାନେ ମଙ୍ଗଳବାର ଚଢ଼ାଉ କରିଥିଲେ । ସେହି ସମୟରେ ସେ ଗ୍ରାମ ର କିଛି ବ୍ୟକ୍ତି ଜେଇ ଓ ଅନ୍ୟ କର୍ମଚାରୀ ମାନଙ୍କୁ ଅଟକାଇ ମାଡ଼ପିଟା କରିଥିବାର ଅଭିଯୋଗ ହୋଇଛି । ଏଥିରେ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ମାନେ ସାମାନ୍ୟ ଆହତ ହୋଇ ଶ୍ରୀରାମଚନ୍ଦ୍ର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିଲେ ।

ଏ ନେଇ କନିଷ୍ଠ ଯନ୍ତ୍ରୀ ଟିକେଶ୍ୱର ପ୍ରଧାନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୋଲିସ କାହିଁକି ଦୋଷୀ କୁ ଗିରଫ କରୁନାହିଁ ଏବଂ ଦୋଷୀକୁ ତୁରନ୍ତ ଗୁରଫ କରିବାକୁ କାଲିଠାରୁ ଗଁଦିଆ ବିଭାଗ କର୍ମଚାରୀମାନେ ଏକତ୍ର ହୋଇ ଶ୍ରୀରାମଚନ୍ଦ୍ରପୁରରେ ଅବସ୍ଥିତ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଅନ୍ୟ ପକ୍ଷରେ ବିଦ୍ୟୁତ କର୍ମଚାରୀ ମାନେ ସେହି ଅଞ୍ଚଳର ୪ଟି ଗ୍ରାମର ବିଦ୍ୟୁତ ବିଚ୍ଛିନ୍ନ କରି ଦେଇଛନ୍ତି। ସେମାନଙ୍କ ଅଞ୍ଚଳକୁ ବିଦ୍ୟୁତ ସରବରାହ ପୁନଃ ପ୍ରଚଳନ କରିବା ସହିତ ଦୁର୍ବ୍ୟବହାର କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ ।

new life
You might also like
error: Content is protected !!