News
WhatsApp Image 2023-10-04 at 17.25.00
samparksetu

ଜୀବନ ଯନ୍ତ୍ରଣାରେ କାଠଗଡ଼ାର ଜୁଆଙ୍ଗ ପରିବାର

ସହରାଞ୍ଚଳ ଜାଗା ମିଶନ ଯୋଜନାରେ ବ୍ୟାପକ ଅନିୟମିତତା । ଯାହାଙ୍କ ଲାଗି ଏହି ଅଂଚଳ ନାମିତ, ଆଜି ସେମାନେ ଖଣ୍ଡିଏ ବାସ ପାଇଁ ହନ୍ତସନ୍ତ କିନ୍ତୁ ଅଦିନିଆ, ସାଧାରଣ ବର୍ଗ ଓ ଥିଲାବାଲାଙ୍କ ପାଇଁ ରାଜ ପ୍ରlସାଦ ଭଳି ଗେଟ୍ ସ୍ଥାପିତ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ପୌରାଞ୍ଚଳର ୧ନଂ ୱାର୍ଡ କାଠଗଡା ଅଂଚଳରେ ।

ଆଜି ଜୀବନ ଯନ୍ତ୍ରଣାର କାଠଗଡ଼ାରେ ଦଳିତ ଜୁଆଙ୍ଗ ପରିବାର । ବହୁ ଆଗରୁ ଢେଙ୍କାନାଳ ଗଡକୁ ପ୍ରବେଶ କଲେ ଜାତୀୟ ରାଜପଥ କଡ଼ରେ ସରକାରଙ୍କର ବିରାଟ କାଠଗୋଲୋ ଥିଲା । ଏହା ନିକଟସ୍ଥ ଚାରଖୋଲା ପାହାଡ଼ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଥାଏ।

ସେହି ପାହାଡ଼ ଜଙ୍ଗଲ ଜାତ ଦ୍ରବ୍ଯକୁ ନେଇ ୧୯୫୩ ମସିହାରୁ କିଛି ଜୁଆଙ୍ଗ ସାମ୍ପ୍ରଦାୟର ଆଦିବାସୀ ପରିବାର ଚଳି ଆସନ୍ତି ଏବଂ ସରକାରଙ୍କର ସେହି କାଠଗୋଲାରେ ନିଇତି କାଠ ଗଦେଇ ନିଜର ପରିବାର ପ୍ରତିପୋଷଣ କରନ୍ତି । ଯାହାକି ଆଜି ଏହା କାଠଗଡା ଅଂଚଳ ଭାବେ ପରିଚିତ ଏବଂ ପୌରାଞ୍ଚଳର ୧ନଂ ୱାର୍ଡ ।

୧୯୭୩ ମସିହାରେ ସେମାନଙ୍କ ପାଇଁ ଏଠାରେ ଏକ ଶିକ୍ଷାନୁଷ୍ଠାନ ଖୋଲାଯାଇଥିଲା ଏବଂ ସେମାନଙ୍କର ବସତି ସ୍ଥାପନ ନିମନ୍ତେ ପରିବାର ପିଛା ସାତ ଗୁଣ୍ଠ ଲେଖାଏଁ ଜମି “କେ” ଫର୍ମ ପ୍ରମାଣ ପତ୍ର ମିଳିଥିଲା । କାଳକ୍ରମେ ଏହା କାଗଜ କଲମରେ ସୀମିତ ରହିଗଲା ଏବଂ ଏମାନଙ୍କ ବିକାଶରେ ଉନ୍ନତି ପରିଲକ୍ଷିତ ହେଲାନାହିଁ । କିନ୍ତୁ ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ “ସଭିଙ୍କୁ ପକ୍କାଘର ଆଉ ରହିବନି ଚାଳ ଘର” ସ୍ଲୋଗାନ ଦ୍ଵାରା ସହରାଞ୍ଚଳରେ ଜାଗା ମିଶନ ଯୋଜନା କାର୍ଯ୍ୟକ୍ଷମ ଜାରି ରହିଛି।

ଏହି ଯୋଜନାକୁ ନେଇ ସହରରେ କିଛି ଦଲାଲ ସକ୍ରିୟ ହୋଇ ଏହି ଦଳିତ ପରିବାରଙ୍କର ଦୁର୍ବଳତାର ସୁଯୋଗ ନେଇ ତାଙ୍କର ବସତି ସ୍ଥାପନ ଜାଗାକୁ ସାଗ ମାଛ ଦରରେ ବିକ୍ରି କରୁଛନ୍ତି । ଏଥିରେ ଦଳିତ ନିଷ୍ପେସିତ ଜୁଆଙ୍ଗ ସମ୍ପ୍ରଦାୟର ଲୋକମାନେ ପକ୍କାଘର ପାଇଁ ହନ୍ତସନ୍ତ ହେଉଥିବା ବେଳେ ଥିଲାବାଲା ଏବଂ ସାଧାରଣ ବର୍ଗର ଲୋକମାନେ କୋଠା କରି ଘରକୁ ଯିବା ପାଇଁ ସରକାରୀ ଜାଗାରେ କଲେଣି ରାଜ ପ୍ରlସାଦ ଭଳି ଗେଟ୍ ସ୍ଥାପନ । ଜିଲ୍ଲା ପ୍ରଶାସନ ଜାଣି ନିରବ ଦ୍ରଷ୍ଟା ସାଜିଥିବା ବେଳେ କେବଳ ଖଣ୍ଡିଏ ପକ୍କାଘର ପାଇଁ ଜୀବନ ଜନ୍ତ୍ରଣାରେ କାଠଗଡା ଜୁଆଙ୍ଗ ପରିବାର।

new life
You might also like
error: Content is protected !!