News
WhatsApp Image 2023-10-04 at 17.25.00
samparksetu

ପୋଲିସ ରେ ଭର୍ତ୍ତି ହେଲେ ଲକ୍ଷ୍ମୀ ମୁଣ୍ଡା

ସରକାର ଖେଳର ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଖେଳ ଖେଳାଳୀଙ୍କ ଉନ୍ନତି ପାଇଁ ନାନା ପଦକ୍ଷେପ ନେଉଛନ୍ତି । ଏହା ସତ୍ୱେ ଅନେକ ପ୍ରତିଭାବାନ ଖେଳାଳୀ ଦୃର୍ଦ୍ଦଶାରେ କାଳାତିପାତ କରୁଛନ୍ତି । ସେଥିରୁ ବାଦ ପଡିନାହାନ୍ତି ଜାତୀୟ ସ୍ତରୀୟ ଫୁଟବଲ ଖେଳାଳୀ ଲକ୍ଷ୍ମୀ ମୁଣ୍ଡା ।

ଭୁବନ ମହିଳା ମହିଳାବିଦ୍ୟାଳୟର ଶେଷ ବର୍ଷର ଛାତ୍ରୀ । ଅର୍ଥନିତୀ ଅନର୍ସରେ ପାଠ ପଢୁଥିବା ଜଣେ ଛାତ୍ରୀ ପାଠପଢା ସହ ୧୦ବର୍ଷଧରି ଫୁଟବଲ ଖେଳକୁ ଆଦରି ନେଇଛନ୍ତି । ଏପରିକି ପେଟ ପୋଷିବାପାଇଁ ପର ପାଖରେ ମୂଲ ଲାଗିଛନ୍ତି । କରୋନା ଲକଡାଉନ ହେତୁ କ୍ରୀଡାଭ୍ୟାସ କରିପାରୁନଥିଲେ ।

ଏନେଇ ଗତ ବର୍ଷ ଅକ୍ଟୋବର ମାସରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଚେଇଁ ଉଠିଥିଲା ପ୍ରଶାସନ । ସମସ୍ତ କାଗଜ ତନଖି କରି କ୍ରୀଡାବିତ କୋଟାରେ ତାଙ୍କୁ ଯାଜପୁର ପୋଲିସରେ ଭର୍ତ୍ତି ହେବାର ସୁଯୋଗ ମିଳିଛି । ସେ ସମୟରେ ଘରେ ଫୁଟବଲ ଟିଏ ନଥିବା ଜାଣି ଭୁବନ ତୃପ୍ତିପାଠାଗାର ସହଯୋଗର ହାତ ବଢାଇଥିଲେ ।

ସୂଚନା ଥାଉକି ଯେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଦୁଧଯୋରୀ ପଞ୍ଚାୟତର ମଙ୍ଗଳପୁର ସମିଲ ସାହିର ବାଲେତି ମୁଣ୍ଡାଙ୍କର ସବାସାନ ଝିଅ ଲକ୍ଷ୍ମୀ ମୁଣ୍ଡା ବୟସ ୨୧ । ନିଜ ଗାଁ ସ୍କୁଲରେ ୫ମ ଯାଏ ପାଠ ପଢିବା ପରେ ୬ଷ୍ଠ ଶ୍ରେଣୀରେ ୨୦୧୦ ମସିହାରେ ମହାମାୟୀ ଉଚ୍ଚବିଦ୍ୟାଳୟରେ ପଢିବା ସହ ଫୁଟବଲ ଖେଳରେ ଜଡିତ ହୋଇ ପ୍ରଥମେ ବ୍ଲକ ପରେ ଜିଲ୍ଲା ସ୍ତରୀୟ ଖେଳାଳୀ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ ।୨୦୧୫ରେ ନେସନାଲ ୧୭ ବର୍ଷରୁ କମ ପ୍ରତିଯୋଗିତାରେ ମଣିପୁରର ଇମ୍ପାଲ, ୨୦୧୬ରେ କଟକ ବାରବାଟୀରେ ୧୯ ବର୍ଷରୁ କମ । ପଜ୍ଞାବରେ ହୋଇଥିବା ଇଣ୍ଡିଆନ ଓମେନ ଲିଗରେ ସେ ରାଇଜିଂଙ୍ଗ ଷ୍ଟୁଡ଼େଣ୍ଟ ପକ୍ଷରୁ ଖେଳିଥିଲେ । ସେ ସବୁବେଳେ ଡିଫେସ୍ନରେ ଖେଳନ୍ତି ।

ମାଟ୍ରିକ ପରିକ୍ଷାରେ କୃତକାର୍ଯ୍ୟ ହେବା ପରେ ଭୁବନେଶ୍ୱର ସ୍ଥିତ ଦେବରାୟ କଲେଜରେ ପାଠ ପଢିବା ସହ ଫୁଟବଲ ଖେଳିବା ନିମନ୍ତେ ସୁଯୋଗ ପାଇଥିଲେ । ଯୁକ୍ତ ତିନିରେ ଢେଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସିର ଯୁକ୍ତ ତିନି ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ଅର୍ଥନିତି ସମ୍ମାନରେ ପାଠ ପଢିବାକୁ ନାମ ଲେଖାଇବା ସହ ଫୁଟବଲ ଖେଳକୁ ଆହୁରି ଆଗେଇ ନେଇଛନ୍ତି । ଅଧିକ ପ୍ରାକ୍ଟିସ ନିମନ୍ତେ ନିତା ଆମ୍ବାନି କ୍ରୀଡା ଏକାଡେମୀ ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ ମହିଳା ଫୁଟବଲ ଏକାଡେମୀ ରେ ପ୍ରଶିକ୍ଷଣ ୫ମାସ ପ୍ରଶିକ୍ଷଣ ନେଇଛନ୍ତି । ଲକ୍ଷ୍ମୀଙ୍କ ଭଉଣୀ ମାନଙ୍କର ବାହାଘର ହୋଇସାରିଛି , ବାପା ଓ ମାଆ ମଧ୍ୟ ପରଲୋକ ହୋଇସାରିଛନ୍ତି । ପେଟ ଚାଖଣ୍ଡଙ୍କ ନିମନ୍ତେ ଲକ୍ଷ୍ମୀ ପର ପାଖରେ ମଜୁରୀ କରୁଥିଲେ ।

ତାଙ୍କୁ ଯାଜପୁର ପୋଲିସ ପକ୍ଷରୁ ଚିଠି ନଂ ୧୫୨୬ ତା ୨୪.୬.୨୦୨୧ରେ ନିଯୁକ୍ତି ପତ୍ର ମିଳିଥିଲା । ସେ ଯାଜପୁର ପୋଲିସ ମୁଖ୍ୟାଳୟରେ ବୁଧବାରଦିନ କାର୍ଯ୍ୟରେ ଯୋଗଦେଇଥିବା ଜଣାଇଛନ୍ତି ।

new life
You might also like
error: Content is protected !!