News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଅଭିଯାନ ଆରମ୍ଭ

ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁରଠାରେ ଥିବା ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ଡେଙ୍ଗୁ, ମ୍ୟାଲେରିଆ ରୋଗର ନିରାକରଣ ପାଇଁ ଜୁଲାଇ ୧ ତାରିଖରୁ ଏକ ତିନି ମାସିଆ ଅଭିଯାନ ଆରମ୍ଭ ହୋଇଛି । ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ପ୍ଲଣ୍ଟ୍ ନିକଟସ୍ଥ ୨୫ଟି ଗ୍ରାମରେ ଚାଲିବାକୁ ଥିବା ଏହି ଅଭିଯାନକୁ ନୁଆଁଗାଁ ସରପଞ୍ଚ ଶ୍ରୀ ଚକ୍ରଧର ପରିଡ଼ା, କମ୍ପାନୀ ସିଏସ୍‌ଆର୍ ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀମତି ରେଣୁକା ସିଂ ଏବଂ ରଘୁନାଥପୁର ଗ୍ରାମର ଗ୍ରାମବାସୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।

ପ୍ଲଣ୍ଟ୍ ପାଶ୍ୱବର୍ତ୍ତି ଗ୍ରାମଗୁଡ଼ିକ ଡେଙ୍ଗୁ, ମ୍ୟାଲେରିଆ ପ୍ରବଣ ହୋଇଥିବାବେଳେ ମୈାସୁମୀ ଆଗମନରେ ଏହି ରୋଗ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀର କର୍ପୋରଟ୍ ସେବା ବିଭାଗ ଏହାର ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଅଧିନରେ ଏହି ଅଭିଯାନ ଆରମ୍ଭ କରିଛି । ମଶାମରା ଧୁଆଁ, ଆଣ୍ଟି ଲାର୍ଭା ସ୍ପ୍ରେ ସହିତ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି ଏହି ଅଭିଯାନର ଅଂଶବିଶେଷ ।

ଢ଼େଙ୍କାନାଳ, ଅନୁଗୁଳ ଜିଲ୍ଲାର ପ୍ଲାଣ୍ଟ ନିକଟସ୍ଥ ୨୫ଟି ଗ୍ରାମର ୩୩୦୦୦ ଲୋକ ଏହି ଅଭିଯାନ ଦ୍ୱାରା ଉପକୃତ ହେବେ । ନିକଟସ୍ଥ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବାକୁ ଗତ ୩ ବର୍ଷ ଧରି ମୈାସୁମୀ ସମୟରେ ଟାଟାଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ଡ଼େଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଅଭିଯାନ ଆୟୋଜିତ ହେଉଛି । ଏହି କ୍ରମରେ ଗତ ମାସରେ କମ୍ପାନୀ ପକ୍ଷରୁ ଢ଼େଙ୍କାନାଳ ଜିଲ୍ଲା ଖଡ଼ଗ୍‌ପ୍ରସାଦଠାରେ ୧୦ଟି ବେଡ଼୍ ଆଇସିୟୁ ଥିବା ୧୦୦ ବେଡ଼୍ ବିଶିଷ୍ଟ କୋଭିଡ଼୍ ହସ୍ପିଟାଲ୍ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଉତ୍ସର୍ଗ କରାଯାଇଛି ।

new life
You might also like
error: Content is protected !!