News
WhatsApp Image 2023-10-04 at 17.25.00
samparksetu

ସ୍ୱଚ୍ଛ ଭାରତର ଶ୍ରେଷ୍ଠ ନମୁନା, ଢେଙ୍କାନାଳ ପୌରପାଳିକା ର ବ୍ୟାପକ ଅନିୟମିତତା ଅଭିଯୋଗ !

ରାସ୍ତା କଡରେ କୁଢ଼କୁଢ଼ ଅଳିଆ ବର୍ଷାହେଲେ ରାସ୍ତାଉପରେ ଭାସୁଛି ନହେଲେ କାହା ଘର ଆଗରେ ଦୁଆରବନ୍ଧ ପରି ସ୍ଥାନ ପାଉଛି । ଏଭଳି ଅବ୍ୟବସ୍ଥା ଦେଖାଦେଇଛି ଢେଙ୍କାନାଳ ପୋୖରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୩ ରେ ।

ସୂଚନା ଅନୁଯାୟୀ ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ମଧୁବନ ସ୍ଥିତ ୱାର୍ଡ ନମ୍ବର ୩ରେ ଥିବା ପୂର୍ବତନ ସାଂସଦଙ୍କ ବାସଭବନ ନିକଟସ୍ଥ ଗଳିରେ ସଫେଇ ନେଇ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି ।

ଗଳି ଭିତରେ ପସୁପସୁ ବିପଦସଙ୍କୁଳ ଟେଲିଫୋନ ଖୁଣ୍ଟି ଏବଂ ତାହାତଳେ କୁଢ଼କୁଢ଼ ଅଳିଆ । ବର୍ଷାର ଆରମ୍ଭରେ ପାଣି ଜମି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ସେଠାରେ ଥୁଆ ହେଉଥିବା ଅଳିଆ ଉଠା ଗାଡି ଗୁଡିକ ସତେ ଯେପରି ଡ଼ଷ୍ଟପଏଣ୍ଟ ପରି ପରିଲକ୍ଷିତ ହେଉଛି । ଅନ୍ୟପଟେ ସଚେତନ ଗୀତ ବଜାଇ ଯେଉଁ ଅଳିଆ ଉଠାଇବା ଗାଡ଼ିଗୁଡିକ ଆସୁଛନ୍ତି ସ୍ୱଚ୍ଛ ଭାରତ ନାମରେ ଶବ୍ଦ ପ୍ରଦୂଷଣ କରୁଥିବା କିଛି ବରିଷ୍ଠ ନାଗରିକ ଅଭିଯୋଗ କରିଛନ୍ତି ।

ସମ୍ପୃକ୍ତ ଅଞ୍ଚଳରେ ଡାକ୍ତର, ଇଞ୍ଜିନିୟର ଙ୍କ ସହ ସାମ୍ବାଦିକ ଏବଂ ବିଭିନ୍ନ ଅବସରପ୍ରାପ୍ତ ଉଚ୍ଚ ପଦସ୍ତ ଅଧିକାରୀ ରହୁଥିବା ବେଳେ ଏନେଇ ପୌରପାଳିକାର ଉଚ୍ଚପଦସ୍ତ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାର ଅଞ୍ଚଳବାସୀ ଜଣାଇଛନ୍ତି ।

new life
You might also like
error: Content is protected !!