News
WhatsApp Image 2023-10-04 at 17.25.00
samparksetu

ଗୋଟିଏ ରାତିରେ ୩ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିଲେ ଦୁର୍ବୃତ୍ତ !

ଗୋଟିଏ ରାତିରେ ତିନି ତିନୋଟି ମନ୍ଦିରରେ ସିରିଜ ଲୁଟ । ମନ୍ଦିରରୁ ପିତ୍ତଳ ଓ ପୂଜା ସାମଗ୍ରୀ ସହ ଠାକୁର ଙ୍କ ସୁନା ଅଳଙ୍କାର ଓ ଦାନହୁଣ୍ଡିକୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

କାମାକ୍ଷାନଗର ଥାନା ଖୋକସା ଗାଁର ନୀଳକଣ୍ଠେଶ୍ବର ଶିବ ମନ୍ଦିର ,କଙ୍ଗେଇଲୋ ଗାଁର ଗଣେଶ ମନ୍ଦିର ଓ ମୋଟା ଗାଁର ତାରିଣୀ ମନ୍ଦିର ଲୁଟି ନେଇଛନ୍ତି ଦୁର୍ବୁତ୍ତ । ମନ୍ଦିର ଗୁଡିକରୁ ସମସ୍ତ ପିତ୍ତଳ ପୂଜା ସାମଗ୍ରୀ ସହ ଦାନହୁଣ୍ଡିଙ୍କୁ ସମ୍ପୂର୍ଣ୍ଣ ଲୁଟି ନେଇଛନ୍ତି ।

ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ଚାରି ଆଡ଼େ ତନାଘନା ଜାରି ରଖିଛି । ତେବେ ଏଥିରେ ଏକ ବଡ଼ ଚୋର ଗ୍ୟାଙ୍ଗ ସମ୍ପୃକ୍ତି ଥିବା ସୂଚନା ମିଳିଛି।

new life
You might also like
error: Content is protected !!