News
WhatsApp Image 2023-10-04 at 17.25.00
samparksetu

ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଫୋପଡା ହେଉଛି ବ୍ୟବହୃତ ପିପିଇ କିଟ ; କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇବା ପରେ ପୋଡାହେଲା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଶ୍ରୀରାମଚନ୍ଦ୍ର ପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦେଖିବାକୁ ମିଳିଛି ଅନିମିୟତା , କରୋନା ଟେଷ୍ଟ ସରିବା ପରେ ,ଟେଷ୍ଟ କିଟ ଓ ସ୍ୱାସ୍ଥ୍ୟ କର୍ମୀମାନେ ପିନ୍ଧିଥିବା ପିପିଇ କିଟକୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତଃବିଭାଗ ଠାରୁ ମାତ୍ର ୫୦ ମିଟର ଭିତରେ ଫୋପାଡ଼ି ଦିଆଯାଇଥିବାର ଦେଖିବାକୁ ମିଳିଛି ।


ପିପିଇ କିଟ ଫୋପଡା ଯାଇଥିବା ସ୍ଥାନ ନିକଟରେ ରହିଛି ପାଣି ପମ୍ପ ଗୃହ , ଯେଉଁଠାରେ ଲୋକେ ଚଳପ୍ରଚଳ କରିଥାନ୍ତି । ତେବେ ପ୍ରଶ୍ନ ଉଠୁଛି ଯଦି କେହି ଏହି କିଟ ସଂସ୍ପର୍ଶରେ ଆସି ସଂକ୍ରମିତ ହୁଏ , ତେବେ ଏଥିପାଇଁ ଦାୟି କିଏ ?

ସରକାରଙ୍କ ପକ୍ଷରୁ ଏହାକୁ ନଷ୍ଟ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏହିଭଳି ଅଵ୍ୟଵସ୍ଥା ଉପରର ପ୍ରଶ୍ନବାଚି ଶ୍ରୁଷ୍ଟି ହୋଇଛି । ତେବେ ଏ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇବା ପରେ ଉକ୍ତ ପିପିଇକିଟ କୁ ପୋଡାଯାଇ ନଷ୍ଟ କରାଯାଇ ଥିଲା ।

new life
You might also like
error: Content is protected !!