News
WhatsApp Image 2023-10-04 at 17.25.00
samparksetu

ଅଙ୍ଗନବାଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ; ଖବର ପ୍ରସାରଣ ପରେ ବନ୍ଧା ହେଲା ଅଭିଯୁକ୍ତ !

ଗତ ୨୧ ଜୁନ ସନ୍ଧ୍ୟା ୮ ଟା ବେଳେ ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତର ଗୋପାଳପୁର ଗ୍ରାମର ସୁଧୀର ନାୟକ, ପିତା ରବିନାରାୟଣ ନାୟକ ନିଶା ଶକ୍ତ ଅବସ୍ଥାରେ ଏକ ଧାରୁଆ ଅସ୍ତ୍ର ଧରି ସେହି ଗ୍ରାମର ଅଙ୍ଗନବାଡି କର୍ମୀ ନିରlବତୀ ନାୟକଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲା । କାରଣ ସୁଧୀର ଗତ ୨ ବର୍ଷ ହେଲା ମଦ୍ୟପାନ ଏବଂ ଖର୍ଚ୍ଚ ପାଇଁ ଦାଦାବଟି ମାଗି ଆସୁଛି, ମାତ୍ର ନୀରା ମନାକରି ଦିଅନ୍ତି ।

ଫଳରେ ନିରା ଘରୁ ଦୌଡ଼ି ବାହାରକୁ ଆସି ଚିତ୍କାର କରିଥିଲେ । ଗ୍ରାମର ଲୋକମାନେ ଆସି ସୁଧୀରଙ୍କୁ ରୋକିଥିଲେ । ତାପର ଦିନ ୨୨ ତାରିଖରେ ଗ୍ରାମ ସଭାରେ ସୁଧୀର କାହାର କଥା ଶୁଣିନଥିଲା ଏବଂ କହିଥିଲାମୋର କଣ କରିବା କଥା କର l ପୀଡିତା ଆଇନ ର ଆଶ୍ରୟ ନେଇ ଗଁଦିଆ ଥାନାରେ ପ୍ରଥମ ସୂଚନା କେସ ନଂ ୧୬୫/୨୧ ଦେଇଥିଲେ ।

କିନ୍ତୁ ଦଶ ଦିନରୁ ଅଧିକ ଦିନ ବିତିଗଲା ପରେ ମଧ୍ୟ ଗଁଦିଆ ପୋଲିସ ଦୁର୍ବୃତ କୁ ଗିରଫ କରୁନଥିଲା । ତେବେ ଏ ନେଇ ଢେଙ୍କାନାଳ ଅପଡେଟ ରେ ଗତ ଜୁଲାଇ ୩ ତାରିଖରେ ଏକ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ତପ୍ତର ଦେଖାଇଛି ପୋଲିସ ।

ମଙ୍ଗଳବାର ୬ ଜୁଲାଇ ରାତି ୧୦ଘଟିକାରେ ଅଭିଯୁକ୍ତ କୁ ଗାଁ ମୁଣ୍ଡ ପୋଳିଆ ରୁ ଗିରଫ କରି କୋର୍ଟ ଚାଲାଣ କରିଛି ।

new life
You might also like
error: Content is protected !!