News
WhatsApp Image 2023-10-04 at 17.25.00
samparksetu

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ମନ୍ତ୍ରାଳୟ

ମନ୍ତ୍ରୀମଣ୍ଡଳ ବିସ୍ତାର ପାଇଁ ଶେଷ ହୋଇଛି କାଉଣ୍ଟଡାଉନ । ରାଷ୍ଟ୍ରପତି ଭବନରେ ମୋଦିଙ୍କ ନୂଆ ଟିମର ହୋଇଛି ଶପଥ ଉତ୍ସବ। କେନ୍ଦ୍ର କ୍ୟାବିନେଟର ନୂତନ ମନ୍ତ୍ରୀ ମଣ୍ଡଳ ଘୋଷଣା ହୋଇଛି । କିଛି ନୂଆ ମୁହଁ ମିଳିଥିବା ବେଳେ କିଛି ଜଣଙ୍କୁ ନିଜ ପଦବୀ ହରାଇବାକୁ ପଡିଛି । ରାଜ୍ୟପାହ୍ୟା ଟିମ୍ ରେ ୧୩ ଆଇନଜିବୀ, ୬ ଡାକ୍ତର, ୫ ଇଞ୍ଜିନିୟର ଏବଂ ୭ ଜଣ ସିଭିଲ ସରଭେଣ୍ଟ ଙ୍କୁ ସ୍ଥାନ ମିଳିଥିବା ବେଳେ, କ୍ୟାବିନେଟ ରେ ୪ ପୁର୍ବତନ ମୁଖ୍ୟମନ୍ତ୍ରୀ, ୧୮ ପୂର୍ବତନ ମନ୍ତ୍ରୀ ଏବଂ ୩୯ ବିଧାୟକ ଙ୍କୁ ସ୍ଥାନ ପାଇଛନ୍ତି । ମହିଳା ଶସକ୍ତିକରଣ କୁ ଦିଆଯାଇଛି ଗୁରୁତ୍ୱ ମୋଦିଙ୍କ ନୂଆ ଟିମ୍ ରେ ୧୧ ମହିଳାଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ , ସେହିପରି
ମୋଦିଙ୍କ ନୂଆ ଟିମରେ ତିନି ଓଡିଆଙ୍କୁ ସ୍ଥାନ ମିଳିଛି ।

ମୋଦି ଦେଲେ ବଡ ଦାୟିତ୍ୱ ଅଶ୍ୱିନୀ ବୈଷ୍ଣବ ହେଲେ କେନ୍ଦ୍ର ରେଳମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ ଅଶ୍ୱିନୀ ଙ୍କୁ ମିଳିଲା ବଡ ଦାୟିତ୍ୱ । ବଦଳିଲା ଧର୍ମେନ୍ଦ୍ରଙ୍କ ବିଭାଗ, ହରଦୀପ ସିଂ ପୁରୀ ହେଲେ ତୈଳ ମନ୍ତ୍ରୀ । ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ଦାୟିତ୍ୱରେ ରହିବେ ହରଦୀପ । ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ପୁଅ ତଥା ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିଲା ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗର ଦାୟିତ୍ୱ ।

ବେସାମରିକର ବିମାନ ଚଳାଚଳ ମନ୍ତ୍ରୀ ଭାବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଲା ଦାୟିତ୍ୱ । ମନସୁଖ ମାଣ୍ଡଭ୍ୟ ହେଲେ ମୋଦୀ ସରକାରର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ । ସାର ଓ ରସାୟନ ବିଭାଗର ଅତିରିକ୍ତ ଦାୟିତ୍ୱରେ ବି ମନସୁଖ । ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ।

ଅମିତ ଶାହା ଙ୍କୁ ମିଳିଲା ନୂଆକରି ହୋଇଥିବା ସମନ୍ୱୟ ବିଭାଗର ଦାୟିତ୍ୱ, ଗୃହ ବିଭାଗର ବି ଦାୟିତ୍ୱ ସମ୍ଭାଳିବେ ଅମିତ । ଅନୁରାଗ ଠାକୁରଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ଏବଂ ସୂଚନା ପ୍ରସାରଣ ମନ୍ତ୍ରାଳୟର ଦାୟିତ୍ୱ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଦାୟିତ୍ୱ । ମିନାକ୍ଷୀ ଲେଖିଙ୍କୁ ବୈଦଶିକ ମନ୍ତ୍ରାଳୟ ଓ ସଂସ୍କୃତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ।

କିରଣ ରିଜିଜୁଙ୍କୁ ଆଇନ ମନ୍ତ୍ରାଳୟର ମିଳିଲା ଦାୟିତ୍ୱ । ସର୍ବାନନ୍ଦ ସୋନୱାଲଙ୍କୁ ବନ୍ଦର ଓ ଜଳମାର୍ଗ ପରିବହନ ସହ ଆୟୁଷ ମନ୍ତ୍ରାଳୟର ଦାୟିତ୍ୱ । ପଶୁପତି ପାରସଙ୍କୁ ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରାଳୟର ଦାୟିତ୍ୱ । ଗିରିରାଜ ସିଂ ହେଲେ ଗ୍ରାମୀଣ ବିକାଶ ଓ ପଞ୍ଚାୟତ ରାଜ ମନ୍ତ୍ରୀ ।

new life
You might also like
error: Content is protected !!