News
WhatsApp Image 2023-10-04 at 17.25.00
samparksetu

ରାସ୍ତାକଡ଼ରେ ଝାଡୁର ପସରା, ଗ୍ରାହକଙ୍କୁ ଚାହିଁ ବସିଛି କୋମଳମତି ରାନି

କରୋନା ସଂକ୍ରମଣ ରେ ଠପ ହୋଇ ପଡିଛି ସାରା ଭାରତ, କେଉଁଠି ଲକଡାଉନ୍ ତ କେଉଁଠି ସଟଡାଉନ୍ । କାହିଁକେତେ ଜୀବିକା ହରାଇ ବସିଛନ୍ତି ଜନ ସାଧାରଣ । କେଉଁଠି ବ୍ୟବସାୟ ବନ୍ଦ୍ କେଉଁଠି ମାନ୍ଦା କେଉଁଠି ଛଟେଇ ତ କେଉଁଠି ଦରମା କାଟ ।

ଏଥିରେ ବହୁ ମାତ୍ରାରେ ଦୁର୍ଦ୍ଦଶା ଭୋଗିଛନ୍ତି ରାସ୍ତାକଡ଼ରେ ପେଟପାଟଣା ପାଇଁ ବସୁଥିବା ବ୍ୟବସାୟୀ । ଯାତାୟାତ ଠପ ହେତୁ ଫାଙ୍କା ପଡିଛି ରାସ୍ତା । ଚାଲୁନି ବସ୍ କାଁଭାଁ ଗଡୁଛି ଦୁଇଚକିଆ ଗାଡି । ଏଭଳି ସଂକ୍ରମଣ ସମୟରେ ଢେଙ୍କାନାଳ ସହର ମହିଷାପାଟ ନିକଟରେ ଫସିରହିଛନ୍ତି କିଛି ଯାଯାବର ସମ୍ପ୍ରଦାୟର ଲୋକେ । ଘର ଝାରଖଣ୍ଡ ଏବଂ ଛତିଶଗଡ଼ ହେଲେ ବର୍ତ୍ତମାନ ର ଠିକଣା ସାଜିଛି ଢେଙ୍କାନାଳ ।

ରାସ୍ତା କଡରେ ସେଇଠି ରୁହନ୍ତି ସେଇଠି ଖାଆନ୍ତି ସେଇଠି ବ୍ୟବସାୟ ର ଭୂମି ବୋଲି ମାନନ୍ତି । ରୋଜଗାର ର ମୁଖ୍ୟ ପନ୍ଥା ଝାଡୁ ତିଆରି କରି ବିକ୍ରି କରିବା । ଏମାନଙ୍କ ମଧ୍ୟରେ ରହିଛି ଏକ ୧୨ ବର୍ଷର ଝିଅ ରାନି । ରାନି ତା ପୁରା ନାଁ ଜାଣିନି କେବେ ସ୍କୁଲ ଯାଇନି ଇତିହାସ ପାଠ କିମ୍ବା ଭୂଗୋଳ ମାନଚିତ୍ର କେବେ ଦେଖିନି । କି ଏଥିରେ ତାହାର ଯାଏ ଆସେବି କିଛି ନାହିଁ ବୋଲି କହିଛି ରାନୀ ।

ସକାଳୁ ଉଠିଲେ ଗଣ୍ଡେ ଖାଇ ଝାଡୁ ତିଆରି ରେ ଲାଗିଯାଏ । ୮ ଘଣ୍ଟାରେ ୨୦ ବା ତାଠାରୁ ଅଧିକ ଝାଡୁ ତିଆରି କରିବା ତା ଲକ୍ଷ । ପୁଣି ତିଆରି ସାରି ବିକ୍ରି କିପରି ହେବ ସେଥିରେ ଲାଗିପଡ଼େ । ଗୋଟିଏ ଝାଡୁ ବିକିଲେ ୫ ଟଙ୍କା ଲାଭ ପାଏ ସିଏ । ବର୍ଷା ହେଉ କି ଖରା ସେଇଠି ସେମିତି ମଞ୍ଚା ବାନ୍ଧି ବସିଥାଏ । ଗାଡି ଟିଏ ଦେଖିଲେ ଝାଡୁ ବିକ୍ରି ପାଇଁ କହିଥାଏ, ଗାଡିଟିଏ ଧୀର ହୋଇଗଲେ ଝାଡୁ ଖଣ୍ଡେ ଧରି ଧାଇଁ ଥାଏ । ଘର ଛତିଶଗଡ଼ ର ଏକ ନିକାଞ୍ଚ ଅଞ୍ଚଳରେ ହୋଇଥିବା ବେଳେ ଏବେ ରାନୀର ଠିକଣା ସାଜିଛି ଢେଙ୍କାନାଳ ମହିଷାପାଟ ସ୍ଥିତ ବରଗଛ ମୂଳ ।

ସତରେ ଏଜିବନ ଦେଖିଲେ ବଳେବଳେ ଲାଗେ ଏତେ ବୈଠକ ଏତେ ଯୋଜନା କାହା ପାଇଁ ଆଜିକାଲି ସଂକ୍ରମଣ ପାଇଁ ୟୁଟ୍ୟୁବରେ ପିଲାଏ ପଢୁଛନ୍ତି ପାଠ ହେଲେ ପ୍ରତିଦିନ ରାନି ସହିତ ଚାଲିଛି ପେଟ ପାଇଁ ନାଟ ।

new life
You might also like
error: Content is protected !!