News
WhatsApp Image 2023-10-04 at 17.25.00
samparksetu

ରାସ୍ତା ଉପରେ ପାର୍କିଂ ଯୋଗୁଁ ସର୍ବ ସାଧାରଣ ଅସୁବିଧାର ସମ୍ମୁଖୀନ

ରାସ୍ତା ଉପରେ ବିଭିନ୍ନ ପ୍ରକାର ଗାଡ଼ି ପାର୍କିଂ, ଗ୍ୟାରେଜ ଏବଂ ବାଲି, ମାଟି, ଗୋଡ଼ି,ଇଟା ଇତ୍ୟାଦି ପଡ଼ିଥିବା ଯୋଗୁଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

ଏହିପରି ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ପୌରାଞ୍ଚଳର ପ୍ରାୟ ସମସ୍ତ ୱାର୍ଡରେ l ନିଜସ୍ୱ ଗ୍ୟାରେଜ ନଥିବାରୁ ସହରର ଗଳି କନ୍ଧି ଅମଲା ପଡ଼ା, ଦଣ୍ଡା ରୋଡ଼, ପlରଡ଼ାଇଜ ଗଳି, ଦେଉଳ ସାହି, ଗୁଡ଼ିଆନାଳି, କୁଞ୍ଜକାନ୍ତ, ଟାଉନ ପ୍ଳାନିଙ୍ଗ, ଗାନ୍ଧୀ ମନ୍ଦିର ରୋଡ଼, କାଞ୍ଚନ ବଜ଼ାର ଏବଂ ବାଜିଚୌକ ଠାରୁ ଷ୍ଟେସନ ବଜ଼ାର ମୁଖ୍ୟ ରାସ୍ତା ଉପରେ ବିଭିନ୍ନ ପ୍ରକାର ଗ୍ୟାରେଜ ସହିତ ବାଇକ ଧୋଇବା ଯୋଗୁଁ ଯାତାୟାତ କରୁଥିବା ଲୋକ ମାନଙ୍କ ଉପରେ ମଇଳା ପାଣି ଛିଟିକା ପଡୁଛି l

ତାଛଡା ସହରର ବିଭିନ୍ନ ଗଳି କନ୍ଧିରେ ଘର କରିବାପାଇଁ ରଖlଯାଇଥିବା ବାଲି, ମାଟି, ଗୋଡି, ଇଟା ଇତ୍ୟାଦି ରାସ୍ତାରେ ଯା’ଆସ କରୁଥିବା ଲୋକ ମାନଙ୍କପାଇଁ ସମସ୍ୟା ସୃଷ୍ଟି କରୁଥିବା ସହିତ ସ୍ଥାନୀୟ ଡ୍ରେନ ଗୁଡିକ ମଧ୍ୟ ଅବରୋଧ ହେଉଛି l ଏଥି ପ୍ରତି ପୌର ପ୍ରଶାସନ ଏବଂ ପୋଲିସ ସଜାଗ ହୋଇ ଏହି ସମସ୍ୟା ଗୁଡିକର ଆସୁ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି l

new life
You might also like
error: Content is protected !!