News
WhatsApp Image 2023-10-04 at 17.25.00
samparksetu

ଆବାସ ଯୋଜନାରୁ ବାଦ ପଡ଼ିଥିବା ଅସହାୟ ନବଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ଅଧିକାରୀ

ସରକାରୀ ଯୋଜନା ବା ସହାୟତା ରାଶି ସର୍ବଦା ଆର୍ଥିକ ସ୍ବଚ୍ଛଳ ପରିବାରକୁ ମିଳୁଛି ହେଲେ ପ୍ରକୃତ ଗରିବ ପାଉ ନାହିଁ। ଏପରି ଏକ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗାଁରେ ଦେଖିବାକୁ ମିଳିଥିଲା ।

ଏହି ଗାଁ ର ନବ କିଶୋର ଜେନା, ବୃତ୍ତିରେ ଜଣେ ଶ୍ରମିକ। ଘରେ ତାଙ୍କର କ୍ୟାନ୍ସର ପୀଡ଼ିତା ପତ୍ନୀ ଗୀତା ଜେନା ଓ ବେକାର ପୁଅ। ଝିଅ ଦୁଇଟିକୁ ଧାର କରଜ କରି ବିବାହ କରିବା ପରେ ବହୁତ କଷ୍ଟରେ ପରିବାରର ଭରଣ ପୋଷଣ କରୁଥିଲେ। ପତ୍ନୀ ରୋଗଗ୍ରସ୍ତ ହେବା ପରେ ବର୍ତ୍ତମାନ କରଜରେ ବୁଡି ଯାଇଛନ୍ତି। କ୍ୟାନ୍ସର ପାଇଁ ସରକାରୀ ସହାୟତା ହିସାବରେ କେବଳ ଲାଇଟ୍ ପକାଇବା ମାଗଣାରେ ମିଳିଥିଲା ଓ ଅପରେସନ ଠାରୁ ଔଷଧ ପର୍ଯ୍ୟନ୍ତ ନିଜେ ଖର୍ଚ୍ଚ କରିଥିବା ସେ ପ୍ରକାଶ କରିଛନ୍ତି।

ଏପରି ପରିସ୍ଥିତିରେ ତାଙ୍କ ନାମ ଆବାସ ଯୋଜନାରେ ମିଳିବାକୁ ଥିବା ଘର ତାଲିକାରୁ ବାଦ୍ ପଡ଼ିଥିଲା । ଯାହାକୁ ନେଇ ଜୁଲାଇ ୮ ତାରିଖରେ ଢେଙ୍କାନାଳ ଅପଡେଟ ରେ ଏକ ଖବର ପ୍ରସାରିତ ହୋଇଥିଲା ।

ତେବେ ଖବର ପ୍ରସାରଣ ପରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ , ତୁରନ୍ତ ବ୍ଳକ ପକ୍ଷରୁ ଏକ ଟିମ ନବ କିଶୋର ଙ୍କ ଘରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଏବଂ ସେ ଘର ପାଇବା ପାଇଁ ଯୋଗ୍ୟ ଏବଂ ତାଙ୍କ ନାମ ଲିଷ୍ଟରୁ କଟିଥିବାର ସେ ମାନିବା ସହ ଏହି ଘଟଣା ପରଜଙ୍ଗ ଉପ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇ ଥିଲେ । ଏବଂ ତାଙ୍କୁ ତୁରନ୍ତ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

new life
You might also like
error: Content is protected !!