News
WhatsApp Image 2023-10-04 at 17.25.00
samparksetu

ପଛକୁ ଫେରିଲା ଟ୍ରେନ,ଅଳ୍ପକେ ବର୍ତ୍ତିଲେ ଲୋକ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଦାଣ୍ଡିମାଳ ପ୍ୟାସେଞ୍ଜର ହଲଟ ସଦାଶିବପୁର ରେଳ ବିଭାଗର ଗେଟ ଥରେ ବଡ଼ ଧରଣର ଅଘଟଣ ରୁ ବର୍ତ୍ତି ଯାଇଛନ୍ତି ଲୋକ।ସକାଳ ନଅଟା ପଚାଶ ମିନିଟ ସମୟରେ ତାଳଚେରରୁ କୋଇଲା ନେଇ ଏକ ମାଲବାହୀ ଟ୍ରେନ ଆସୁଥିଲା।ଦାଣ୍ଡିମାଳ ଷ୍ଟେସନ ନିକଟରେ ସିଗନାଲ ନଥିବାରୁ ଟ୍ରେନ ଟି ଗେଟ ପାର ହୋଇ ଅଟକି ଥିଲା। ଟ୍ରେନ ପାର ହେବା ପରେ ଗେଟରେ ଥିବା ଗାର୍ଡ ଗେଟ ଖୋଲିବା ପରେ ଦୁଇ ପାର୍ଶ୍ଵରେ ଅଟକି ଥିବା କାର,ମୋଟର ସାଇକେଲ ରେଳ ଧାରଣା ଅତିକ୍ରମ କରିବା ପାଇଁ ଧାରଣା ଉପରକୁ ଆସିବା ମାତ୍ରେ ହଠାତ ଅଟକି ଥିବା ଟ୍ରେନଟି ପଛକୁ ଫେରିଥିଲା।

ଏହା ଦେଖି କାର ଡ୍ରାଇଭର ତୁରନ୍ତ ପଛକୁ ଫେରିଥିବା ବେଳେ ଜୀବନ ବିକଳରେ ମୋଟର ସାଇକେଲ ଯାତ୍ରୀ ମାନେ ପାର ହୋଇ ଯାଇଥିଲେ।ଏହା ଦେଖି ଗେଟରେ ଥିବା ଗାର୍ଡ ମଧ୍ୟ ପୁଣି ଗେଟ ବନ୍ଦ କରି ଦେଇଥିଲା।ଫଳରେ ଦୁଇ ଗେଟ ମଝିରେ ଯାତ୍ରୀ ମାନେ ଅଟକି ରହିଥିଲେ।ଏଭଳି ପରିସ୍ଥିତିକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇ ଥିଲା।ଏହି ସମୟରେ ଯଦି ଢେଙ୍କାନାଳ ଆଡୁ ଟ୍ରେନ ଆସିଥାନ୍ତା ତେବେ ବଡ଼ ଅଘଟଣ ଘଟିଥାନ୍ତା।ପୁନଶ୍ଚ ଟ୍ରେନଟି ଗେଟ ପାର ହେବା ପରେ ପଛକୁ ଫେରିଥିଲେ ମଧ୍ୟ ପଛ କେବିନରେ ଥିବା ଗାର୍ଡ କୌଣସି ସୂଚନା ଦେଇ ନଥିଲେ।

ଟ୍ରେନଟି କାହିଁକି ପଛକୁ ଫେରିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏଥିରେ ଗେଟରେ ଥିବା ଗାର୍ଡ ନା ଲୋକଙ୍କ ଭୁଲ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରେଳ ବିଭାଗ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହୋଇଛି।

new life
You might also like
error: Content is protected !!