News
WhatsApp Image 2023-10-04 at 17.25.00
samparksetu

ବଜ୍ରାଘାତରେ ଚାଷୀ ମୃତ, ୨ ଗୁରୁତର !

ଆଜି ବଜ୍ରାଘାତରେ ଜଣେ ଚାଷୀ ଙ୍କ ମୃତ୍ୟୁ ହୋଇଥିବା ବେଳେ, ଦୁଇ ଜଣ ଗୁରୁତର ହୋଇଛନ୍ତି l ମୃତକ ଜଣକ ହେଲେ ପରଜଙ୍ଗ ଥାନା ମହୁଲପଶି ଗାଁର ରାଜୁ ଲାମାଏ l ଗୁରୁତର ମାନେ ଗଡ଼ପଳାଶୁଣୀ ଗାଁର ସୁଶାନ୍ତ ମୁଦୁଲି ଏବଂ ପ୍ରାଣବନ୍ଧୁ ବେହେରା l

ସୂଚନା ଅନୁଯାୟୀ , ଆଜି ମଧ୍ୟାହ୍ନରେ ଚାଷୀ ମାନେ ଧାନ ବିଲରେ ଚାଷ କାର୍ଯ୍ୟ କରୁଥିବା ସମୟରେ ପ୍ରବଳ ବର୍ଷା ସହ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରେ ୩ ଜଣ ଚାଷୀ ଗୁରୁତର ହୋଇଥିଲେ । ତୁରନ୍ତ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ରାଜୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କାମାକ୍ଷାନଗର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣଙ୍କୁ ତାଳଚେର ମଣ୍ଡାପାଳ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

new life
You might also like
error: Content is protected !!